ମୁଖ୍ୟ ଖବର

କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ : ସନ୍ଦେହ ଘେରରେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଙ୍କ ଛାତ୍ର ଛାୟା ତଳେ ରହି କନିଷ୍ଠ ଯନ୍ତ୍ରୀ ଦୁର୍ନୀତି କରୁଥିଲେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି l ସେଚସାଦନ ରୁ ସର୍ବୋଚ୍ଚ ଯନ୍ତ୍ରୀ ମହାନ୍ତି ବାବୁଙ୍କ ରିମୋଟ କଣ୍ଟ୍ରୋଲ ରେ ଅଳି ଡିଭିଜନ ରେ କୋଟି କୋଟି ଟଙ୍କା ର ଦୁର୍ନୀତି ହେଉଥିବାର ମଧ୍ୟ୍ୟ ଅଭିଯୋଗ ହେଉଛି l ଏପରିକି କିଛି ନିର୍ବାହୀ ଯନ୍ତ୍ରୀ କୋଟି କୋଟି ଟଙ୍କାର ମିଥ୍ୟା ବିଲି କରି ରାଜ୍ୟ ରାଜକୋଷକୁ ଲୁଟିବାରେ ଲାଗି ପଡିଛନ୍ତି l ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ପିସି ଦେଇ କିଛି ଯନ୍ତ୍ରୀ କୋଟି କୋଟି ବେନାମୀ ଟଙ୍କାର ମାଲିକ ସାଜିଛନ୍ତି ସେଥି ମଧ୍ୟ୍ୟରେ ଏବେ ମାଲକାନଗିରି କନିଷ୍ଠ ଯନ୍ତ୍ରୀ ଏକ ଟ୍ରେଲର ମାତ୍ର ବୋଲି ରାଜ୍ୟସାରା ଚର୍ଚ୍ଚା ହେଉଛି l ମାଷ୍ଟର ମାଇଣ୍ଡ ସର୍ବୋଚ୍ଚ ଯନ୍ତ୍ରୀ ମହାନ୍ତି ବାବୁଙ୍କ ଉପରେ ସନ୍ଦେହ କେନ୍ଦ୍ରୀଭୂତ ହେବା ସ୍ୱାଭାବିକ l ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ସେ ନିଜ ଆୟର ୨୩୬ ପ୍ରତିଶତ ସଂପତ୍ତି ଠୁଳ କରିଥିବା ଜଣାଯାଇଛି। ମାଲକାନଗିରିର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଥିଲା ଭିଜିଲାନ୍ସ । ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଥିଲା । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୭ଟି ସ୍ଥାନରେ ଚଢ଼ାଉ କରିଥିଲା।
ମାଲକାନଗିରିର ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ବାଲେଶ୍ୱର, ଜଳେଶ୍ୱର ଓ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି । ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପିଙ୍କ ସହ ୩ ଜଣ ଡ଼ିଏସପି, ୮ ଜଣ ଇନ୍ସପେକ୍ଟର, ୮ ଜଣ ଏସଆଇ ସାମିଲ ଥିଲେ। ବାଲେଶ୍ୱର ଜଳେଶ୍ୱରରେ ଥିବା ୩ ମହଲା କୋଠା, ଭୁବନେଶ୍ୱର ରଘୁନାଥପୁରରେ ଥିବା ଫ୍ଲାଟ, ପୋଖରୀପୁଟରେ ଥିବା ସମ୍ପର୍କୀୟଙ୍କ ଘର ପ୍ରମୁଖ ସ୍ଥାନରେ ଚଢ଼ାଉ କରାଯାଇଥିଲା।

Leave a Reply

Your email address will not be published. Required fields are marked *