ମୁଖ୍ୟ ଖବର

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୪ ଗୁରୁତର

ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ରେଲୱେ କଲୋନୀ ଅଞ୍ଚଳରେ ରବିବାର ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଶଙ୍କର ମିସ୍ତ୍ରୀ, ଶ୍ୟାମ ଶର୍ମା, ଆନନ୍ଦ ମୁସିଦ ଏବଂ ଶଙ୍କର ଅଲି। ଗୁରୁତରଙ୍କୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ରେଲୱେ କଲୋନୀ ଛୋଟ ପାର୍କ ନିକଟରେ ଶଙ୍କର ମିସ୍ତ୍ରୀଙ୍କ ସପରିବାର ରୁହନ୍ତି। ରବିବାର ସେ ତାଙ୍କ ଘରେ ଗ୍ୟାସ୍‌ ରିଫିଲିଂ କରୁଥିଲେ। ଏହି ସମୟରେ କୌଣସି କାରଣରୁ ଟାଙ୍କିଟି ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ଗ୍ୟାସ୍‌ ନିଆଁ ଖେଳିଯିବାରୁ ଶଙ୍କରଙ୍କ ପଡୋଶୀ ଘରକୁ ବ୍ୟାପି ଯାଇଥିଲା। ଫଳରେ ଶଙ୍କରଙ୍କ ସମେତ ଅନ୍ୟ ୩ଜଣ ପୋଡି ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଳିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *