ମୁଖ୍ୟ ଖବର

ଜମି ବିବାଦରୁ ହତ୍ୟାକାଣ୍ଡ, ଗୋଟିଏ ପରିବାରର ୩ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଲକ୍ଷ୍ନୌର ମଲିହାବାଦ ଗ୍ରାମାଞ୍ଚଳରେ ଶୁକ୍ରବାର ଏକ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜମି ମାପିବା ସମୟରେ ଗୁଳି ମାଡ଼ ହୋଇଥିଲା, ଯେଉଁଥିରେ ଦମ୍ପତି ଓ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଲିହାବାଦର ମହମ୍ମଦନଗରରେ ରହୁଥିବା ଫରହିନ୍ (୩୫)ଙ୍କର ଜମିକୁ ନେଇ ତାଙ୍କ  ଚାଚା ଲଲନଙ୍କ ସହ ବିବାଦ ଲାଗି ରହିଥିଲା। ଉକ୍ତ ମାମଲାରେ ଶୁକ୍ରବାର ଉଭୟ ପକ୍ଷ ଜମି ମାପିବା ପାଇଁ ଏକାଠି ହୋଇଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା। ଲଲନ ପକ୍ଷର ଲୋକମାନେ ଗୁଳି ଚଳାଇବା ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଗୁଳି ଚାଳନା ସମୟରେ ମୁନିର (୫୫), ତାଙ୍କ ପତ୍ନୀ ଫରହିନ (୩୫) ଓ  ପୁଅ ହଞ୍ଜଲ (୧୬)ଙ୍କୁ ଗୁଳି ମାଡ଼ ହୋଇଥିଲା। ଗୁଳିମାଡ଼ରେ ଏହି ୩ ଜଣ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ।

ହଠାତ୍ ଗୁଳିଚାଳନା ସେଠାରେ ଆତଙ୍କ ଖେଳାଇ ଦେଇଥିଲା। ଏହି ଘଟଣା ପରେ ସମସ୍ତ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ୩ ଜଣଙ୍କ ହତ୍ୟା ଖବର ପାଇ ଡିସିପି ପଶ୍ଚିମ ରାହୁଲ ରାଜ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *