ଦେଶ-ବିଦେଶ

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

Spread the love

ମୀରଟ : ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୀରଟର ଲୋହିୟାନଗର ଅଞ୍ଚଳରେ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଦୋକାନୀ ଭୟଭୀତ ହୋଇଯାଇଥିଲେ। ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବାରୁ କେତେଜଣ ପୋଲିସ କର୍ମଚାରୀ ବିଳମ୍ବିତ ରାତିରେ ଉକ୍ତ ମୃତଦେହକୁ ଆଣି ଦୋକାନ ସମ୍ମୁଖରେ ଫିଙ୍ଗି ପଳାଉଥିବା ଦେଖାଯାଇଥିଲା। ମୀରଟ ଏସ୍‌ଏସ୍‌ପି ବିପିନ ଟାଡା ଏଲ୍‌-ବ୍ଲକ୍‌ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଜିତେନ୍ଦ୍ର କୁମାର ଏବଂ କନ୍‌ଷ୍ଟେବଲ ରାଜେଶଙ୍କୁ ନିଲମ୍ବନ କରିବା ସହ ହୋମ୍‌ଗାର୍ଡ ରୋହତାଶଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସିଟି ଏସ୍‌ପି ଆୟୁଷ ବିକ୍ରମ ସିଂଙ୍କ ନେତୃତ୍ୱରେ ଅଭିଯୋଗ ଅନୁଯାୟୀ, ଗୁରୁବାର ରାତିରେ ଏଲ୍‌-ବ୍ଲକ୍‌ ଫାଣ୍ଡି ଅଞ୍ଚଳରେ ଅପରିଚିତ ଯୁବକଙ୍କ ମୃତଦେହ ମିଳିବା ପରେ ବ୍ୟବଚ୍ଛେଦ ପ୍ରକ୍ରିୟା ଓ ଅନ୍ୟାନ୍ୟ କାର୍ଯ୍ୟରୁ ମୁକ୍ତି ପାଇବା ପାଇଁ ସମ୍ପୃକ୍ତ ଫାଣ୍ଡିର ପୋଲିସ ମୃତଦେହକୁ ରାତାରାତି ଅନ୍ୟ ଏକ ଫାଣ୍ଡି ଅଞ୍ଚଳ କାଜିପୁରରେ ଥିବା ଏକ ଦୋକାନ ଆଗରେ ଫିଙ୍ଗିଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!