କଳାହାଣ୍ଡି : ବିଭିନ୍ନ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ଓ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ପରିଲକ୍ଷିତ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଆୟୋଜିତ ଏହି ବନ୍ଦକୁ ଇଣ୍ଡିଆ ମେଣ୍ଟର ବିଭିନ୍ନ ସହଯୋଗୀ ଦଳ ସମର୍ଥନ କରିଥିଲେ। ଆନ୍ଦୋଳନକାରୀଙ୍କ ଦାବି ଅନୁଯାୟୀ, କଳାହାଣ୍ଡିରେ ବନ୍ଦ ସଫଳ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।ବନ୍ଦ ପାଳନ ସମୟରେ ଭବାନୀପାଟଣା ସହରର ବିଭିନ୍ନ ଛକ ଓ ପ୍ରମୁଖ ସ୍ଥାନରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ନେତା ଓ କର୍ମୀମାନେ ପିକେଟିଂ କରିଥିଲେ। ସେମାନେ ଦୋକାନବଜାର ବନ୍ଦ କରିବା ସହ ବନ୍ଦକୁ ସମର୍ଥନ କରିବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ। କେତେକ ସ୍ଥାନରେ ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେଇ ସରକାରଙ୍କ ବିରୋଧରେ ଗଣବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବନ୍ଦର ମୁଖ୍ୟ ଦାବି ମଧ୍ୟରେ MMDR ସଂଶୋଧିତ ଅଧିନିୟମ ତୁରନ୍ତ ପ୍ରତ୍ୟାହାର, SIR ପ୍ରସଙ୍ଗରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପଦକ୍ଷେପ ଓ ଗିରଫ ଦାବି, SIR ପ୍ରତ୍ୟାହାର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ ସହ ସରକାରୀ ଉଦାସୀନତାର ପ୍ରତିବାଦ ଆଦି ରହିଥିଲା।ଭବାନୀପାଟଣା କଲେଜ ଛକରେ ସୁକାନ୍ତି ସରାଫ, ଅଞ୍ଜଳି ଗଉଡ଼, ସୁଶାନ୍ତ ପ୍ରଧାନୀ, ସୋରଜ ବାଗ ଙ୍କ ସମେତ ଅନ୍ୟମାନେ ପିକେଟିଂ କରିଥିଲେ। ଘୋଡ଼ାଘାଟ ଛକରେ ସିପିଆଇ(ଏମ୍) ପକ୍ଷରୁ ସଞ୍ଜୟ ସୁନାନୀ, ପ୍ରସନ୍ନ ସାମଲ ଏବଂ କଂଗ୍ରେସ ପକ୍ଷରୁ ଇନ୍ଦ୍ରଜିତ ମହାକୁଡ଼, ସନ୍ତୋଷ ପ୍ରଧାନଙ୍କ ସମେତ ଅନ୍ୟମାନେ ବନ୍ଦ ପାଳନରେ ସାମିଲ ହୋଇଥିଲେ।ସେହିପରି ଡାକ୍ତରଖାନା ଛକରେ ସିଦ୍ଧାର୍ଥ ନାୟକ, ଜୟଦେବ ନାଏକ,ଇନ୍ଦ୍ରଜିତ ମହାକୁଡ଼, ନିମାଞ୍ଚଳ ନାଏକ, ଗଣପତି ନାଏକ, ବାସୁଦେବ ନାୟକ, ଏବଂ ସିପିଆଇ(ଏମ୍)ର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ କର୍ମୀ ବନ୍ଦ ପାଳନରେ ଯୋଗଦେଇଥିଲେ। ସେହିପରି ଦୟାନିଧି ଛକରେ ସୁନୀଲ ନାଏକ, ମହମ୍ମଦ ସାହେବଙ୍କ ସମେତ ଅନ୍ୟମାନେ ପିକେଟିଂ କରିଥିଲେ। ଅନ୍ୟପଟେ ନକ୍ଟିଗୁଡା ଛକ ରେ ସୁକାନ୍ତ ବିଶି, ପ୍ରିତମ ବେହେରା, ଲିଙ୍ଗରାଜ ନାଏକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଦର୍ ନାଏକ,ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ମାଣିକ୍ୟ ସୁନା, ଧନୁର୍ଦ୍ଧର ଗହୀର, ସୁଦର୍ଶନ ବିଶ୍ୱାଳ, ଉତ୍ସବ ସାହୁଙ୍କ ସମେତ କଂଗ୍ରେସ ଓ ସହଯୋଗୀ ଦଳର ନେତା ଓ କର୍ମୀମାନେ ଏକତ୍ରିତ ହୋଇ ଗଣବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ନେତୃତ୍ୱରେ ବନ୍ଦ ପାଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଉଦ୍ଧବ ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ।ବନ୍ଦ ପ୍ରଭାବରେ ସହରର ବ୍ୟବସାୟିକ ପ୍ରତିଷ୍ଠାନ, ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରି ଯାନବାହନ ଚଳାଚଳ ରୋକିବା ସହ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।ଅନ୍ୟପକ୍ଷରେ, ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୁଲିସ ପକ୍ଷରୁ ସହରର ବିଭିନ୍ନ ପ୍ରମୁଖ ଛକ ଓ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଇଣ୍ଡିଆ ମେଣ୍ଟ ଓ କଂଗ୍ରେସ ନେତାମାନଙ୍କ କହିବାନୁସାରେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଏବଂ ଉପରୋକ୍ତ ବିଭିନ୍ନ ପ୍ରସଙ୍ଗରେ ଦାବି ପୂରଣ ପାଇଁ ଚାପ ସୃଷ୍ଟି କରିବା ହିଁ ଏହି ବନ୍ଦର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
