Oplus_16908288
ବଲାଙ୍ଗୀର,: ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରିଛି । ଏବିଭିପି ଛାତ୍ର ପ୍ରତିନିଧିଙ୍କୁ ଅପହରଣ କରାଯିବା ମାମଲାକୁ ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ନେଇ ବ୍ୟାପକ ଉତ୍ତେଜନା ଦେଖାଯାଇଛି । ବିଜେଡି କର୍ମୀମାନେ ଗିରଫ ପ୍ରତିବାଦରେ ଟାଉନ୍ ଥାନାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭାଜପା ବିରୁଦ୍ଧରେ ସ୍ଲୋଗାନ ଦେଇ ରାସ୍ତା ରୋକ୍ କରିବା ସହ ଥାନା ଘେରାଉ କରିଛନ୍ତି ।
