ଭୁବନେଶ୍ୱର – ବିଶିଷ୍ଟ ସମାଜସେବୀ, ମିଷ୍ଟଭାଷି,ଅମାୟିକ ବ୍ୟକ୍ତିତ୍ୱ, ଉଚ୍ଚକୋଟିର ମାନଵବାଦୀ ମଣିଷ, ଆମ ବିରୁପା ଗେଙ୍ଗୁଟି ଦ୍ଵିପାଞ୍ଚଳ ମା ମାଟିର ଗର୍ବ ଗୌରଵ,ସଦାସର୍ବଦା ହସ ହସ ମୁଖର, ଶତାୟୁ ଯୁଗପୁରୁଷ ଆମ ମାହାଙ୍ଗା ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଯଶସ୍ଵୀ ପୁରୁଷ ସୁନାକର ବେହେରା ଙ୍କର ଇତି ମଧ୍ୟରେ ବିୟୋଗ ହୋଇଯାଇଅଛି। ସେହି ଯୁଗ ପୁରୁଷ ଙ୍କ ବିୟୋଗରେ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ବଡ ପୁତ୍ର ଶ୍ରୀ ରାମଚନ୍ଦ୍ର ବେହେରା ମୁଖାଗ୍ନି ଦେଇଥବା ବେଳେ ଅନ୍ୟ ଦୁଇ ପୁତ୍ର ଶ୍ରୀ ହେମନ୍ତ ବେହେରା ଓ ଇଂଜିନିୟର ପ୍ରଫୁଲ୍ଲ କୁମାର ବେହେରା ଏବଂ ଭାଇ ସର୍ବଶ୍ରୀ ଗୁନାକର ବେହେରା, ଦୀନବନ୍ଧୁ ବେହେରା ,ନବଘନ ବେହେରା ପ୍ରମୁଖଙ୍କ ସହ ସ୍ଥାନୀୟ ଜନସାଧାରଣ, ପାର୍ଥିବ ଶରୀରକୁ କାନ୍ଧରେ ନେଇ ଅନ୍ତିମ ସଂସ୍କାର କରିଥିଲେ। ସ୍ୱର୍ଗତ ସୁନାକର ବେହେରା ଜଣେ ବହମୁଖୀ ପ୍ରତିଭାର ଅଧିକାରୀ ଥିଲେ। ଡାକସେବା ରୁ ଅବସର ନେଇ ସେ ଜଣେ ସଫଳ ଚାଷୀ ବରିଷ୍ଠ ସମାଜସେବୀ , ଗ୍ରାମ ମୁରବୀ ଓ ଦିଗଦର୍ଶକ ହୋଇ ପାରିଥିଲେ । ସେ ୯୮ବର୍ଷ ବୟସରେ ଦେହତ୍ୟାଗ କରିଥିଲେ।ସେ ଜଣେ ମାନବବାଦୀ ବ୍ୟକ୍ତିତ୍ୱର ଅଧିକାରୀ, ଅହଂକାରଶୂନ୍ୟ ମଣିଷ ଭାବେ ସବୁଠି ଥିଲା ତାଙ୍କର ସୁନାମ ଓ ସମ୍ମାନ l କଟକ, ଯାଜପୁର, କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି ଅନେକ ଜିଲ୍ଲାରେ ଜମିଜମା ମାପଚୁପ, ଗାଁ ‘ ଠୁଁ ଥାନା ପର୍ଯ୍ୟନ୍ତ ଅନେକ ନ୍ୟାୟ ନିଶାପରେ ତାଙ୍କର ନିର୍ଣ୍ଣୟାକ ଉପସ୍ଥିତି ଦେଖିବାକୁ ମିଳୁଥିଲା l ଏହି ଶତାୟୁ ଯଶସ୍ବୀ ପୁରୁଷଙ୍କ ବିୟୋଗାରେ କଟକ ଜିଲ୍ଲା ଯାଦବ ଉନ୍ନୟନ ପରିଷଦ ମାହାଙ୍ଗା ସଭାପତି ପ୍ରଫେସର୍ ଡ଼ଃ କାର୍ତ୍ତୀକ ଚନ୍ଦ୍ର ପୃଷ୍ଟି, ମୁଖ୍ୟ ଉପଦେଷ୍ଟା ଶ୍ରୀ ରବି ଦାସ, ଉପଦେଷ୍ଟା ଶ୍ରୀ ଅକ୍ଷୟ କୁମାର ପଲେଇ, ପ୍ରସିଦ୍ଧ ଆଶୁ କବି ଦମ୍ବରୁଧର ପରିଡ଼ା , ସମ୍ପାଦକ ଶ୍ରୀ ଅନନ୍ତ ପଲେଇ, କବୟତ୍ରୀ ପ୍ରଜ୍ଞାମୟୀ ଲବଙ୍ଗଲତା ରାଉତ ଶ୍ରୀ ରାମଚନ୍ଦ୍ର ପରିଡ଼ା ,ଶ୍ରୀ ବାସୁଦେବ ଦାସ , ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ ,ଓ ଶ୍ରୀ କମଳାକାନ୍ତ ଦାସ ପ୍ରମୁଖ ଶୋକ ପ୍ରକାଶ କରି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି। ସେହି ଅମର ଅମ୍ଳାନ ଆତ୍ମାର ସଦଗତି ନିମନ୍ତେ,ସାଂସ୍କୃତିକ ତଥା ଅଧ୍ୟାତ୍ମିକ ପତ୍ରିକା ସତ୍ୟମ୍ ଶିବମ ସୁନ୍ଦରମ୍ ପ୍ରକାଶନ ଭୁବନେଶ୍ୱରର ମୁଖ୍ୟ ସମ୍ପାଦକ,କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି, ଓଁକାର ନାଥ ମିଶନ ଭୁବନେଶ୍ୱର ଅଧ୍ୟକ୍ଷ ତଥା ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ସଭାପତି ଇଂଜିନିୟର ଜିତେନ କୁମାର ରାଉତରାୟ, ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ସେହି ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରିବା ସହ ଶୋକ ସନ୍ତପ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଓଁ ଶାନ୍ତି 💐🙏
