Oplus_16908288
ରାଇକିଆ, : କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ ସାତ ମାସର ଶିଶୁପୁତ୍ର ପ୍ରାଣ ହରାଇଥିଲେ। ଏହି ଘଟଣାରେ ତାଙ୍କ ୪ ବର୍ଷର ଝିଅ ଝାନ୍ସୀ ମାମୁଘରକୁ ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ବୁଧବାର କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀ ରାଇକିଆ ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନବେଳେ ମା’ ହାଇସ୍କୁଲଠାରେ ପୀଡ଼ିତଙ୍କ ସହ ଆଲୋଚନା ବେଳେ ଝାନ୍ସୀକୁ ଦେଖା କରିବା ସହ ଝାନ୍ସୀର ସମସ୍ତ ପ୍ରକାର ପାଠପଢ଼ା ଖର୍ଚ୍ଚ ବହନ କରିବା ସହ ଏହି କଠିନ ସମୟରେ ଶିଶୁଟିର ଲାଳନପାଳନ ଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତର ଦାୟିତ୍ୱ ନେବା ସହ ପୋଷ୍ୟକନ୍ୟା ଭାବେ ଘୋଷଣା କରିଥିଲେ।
