ମୁଖ୍ୟ ଖବର

FM ତାତି: ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେଡି

Spread the love

ଭୁବନେଶ୍ୱର,: ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବାଲେଶ୍ବର ଫକୀର ମୋହନ(FM) କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ଏହି ଘେରାଉ କରାଯାଇଛି। ବିଧାୟକ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଏହି ଘେରାଉରେ ସାମିଲ ଥିବାବେଳେ ଶତାଧିକ ବିଜେଡି କର୍ମୀଙ୍କୁ ପୋଲିସ ଉଠାଇ ନେଇଛି।ସୂଚନାଯୋଗ୍ୟ, ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ(ଏଚ୍‌ଓଡି) ସମୀର କୁମାର ସାହୁ ଅନୁଚିତ ଅନୁଗ୍ରହ(ଫେବର) ଦେଖାଇବା ଆଳରେ ଜଣେ ଛାତ୍ରୀଙ୍କଠାରୁ ଶାରୀରିକ ସମ୍ପର୍କ ଚାହୁଁଥିଲେ। ଏଥିରେ ଛାତ୍ରୀ ରାଜି ନ ହେବାରୁ ତାଙ୍କୁ ଏଚ୍‌ଓଡି ବାରମ୍ବାର ମାନସିକ ନିର୍ଯାତନା ଦେବା ସହ ଅସଦାଚରଣ କରୁଥିଲେ। ଏହା ଅସହ୍ୟ ହେବାରୁ ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏପରି କି ୧୦ ଦିନ ତଳେ ଛାତ୍ରୀ ଥାନାର ଦ୍ୱାରସ୍ଥ ହୋଇ ସମ୍ପୃକ୍ତ ଅଧ୍ୟାପକ (ଏଚ୍‌ଓଡି) ସାହୁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ହେଲେ କଲେଜ ପକ୍ଷରୁ ଇଣ୍ଟରନାଲ କମିଟି ଗଠନ କରାଯାଇଛି କହି କେହି କିଛି ଶୁଣିଲେ ନାହିଁ। ନ୍ୟାୟ ନ ମିଳିବାରୁ ଛାତ୍ରୀ ଶନିବାର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିବାବେଳେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ ଘୋଷ ଏବଂ ଅଧ୍ୟାପକ ସାହୁଙ୍କୁ ନିଲମ୍ବନ କରାଯାଇଛି। ଏଥିସହିତ ଘଟଣାର ତଦନ୍ତ ପାଇଁ ଯୁଗ୍ମ ସଚିବସ୍ତରୀୟ କମିଟି ଗଠନ କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!