୨୭ ବର୍ଷ ତଳର ବିମାନ ଦୁର୍ଘଟଣାରେ ବି ବଞ୍ଚି ଯାଇଥିଲେ ‘‘୧୧-ଏ’’ ସିଟ୍ର ଯାତ୍ରୀ
ଅହମଦାବାଦ୍: ଅହମଦାବାଦ୍ ବିମାନ ଦୁର୍ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଦୁର୍ଘଟଣାରେ ଯଦି କିଛି ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି; ତାହା ହେଉଛି ବିମାନରେ ଥିବା ‘‘୧୧-ଏ’ ସିଟ୍। ଆମେ ଜାଣନ୍ତି ଯେ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ଜୀବନ ଚାଲି ଯାଇଥିବା ବେଳେ ଜଣେ ମାତ୍ର ବଞ୍ଚି ଯାଇଥିଲେ ଆଉ ସେ ବସିଥିଲେ ‘‘୧୧-ଏ’’ ସିଟ୍ରେ। ତେବେ ଏହି ସିଟ୍କୁ ନେଇ ଆହୁରି ବି ଏକ ଚାଞ୍ଚଲ୍ୟକର କଥା ଖୁଲାସା ହୋଇଛି। ଗତ ୨୭ ବର୍ଷ ପୂର୍ବେ ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଜଣେ ଥାଇ ଅଭିନେତା-ଗାୟକ ମଧ୍ୟ ବସିଥିଲେ ସେଇ ‘‘୧୧-ଏ’’ ସିଟ୍ରେ। ଏହି ସଂଯୋଗ ଦେଖି ଦେଖି ଏବେ ଚର୍ଚ୍ଚା ଆହୁରି ବଢ଼ିଯାଇଛି। ଥାଇ ଅଭିନେତା-ଗାୟକ ମଧ୍ୟ ସେହି ଦୁର୍ଘଟଣାର ଏକମାତ୍ର ଜୀବିତ ବ୍ୟକ୍ତି ଥିଲେ। ଡିସେମ୍ବର ୧୧, ୧୯୯୮ରେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୨୦ ବର୍ଷୀୟ ରୁଆଙ୍ଗସାକ୍ ଲୋଇଚୁସାକ୍ ଏବେ ଏକ ଫେସ୍ବୁକ୍ ପୋଷ୍ଟ୍ କରି ଏହି ସଂଯୋଗ ବିଷୟରେ ଲେଖିଛନ୍ତି। ଥାଇ ଭାଷାରେ ଲେଖାଯାଇଥିବା ଏକ ଫେସବୁକ୍ ପୋଷ୍ଟରେ ରୁଆଙ୍ଗସାକ୍ କହିଛନ୍ତି, “ଭାରତରେ ଏକ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ବ୍ୟକ୍ତି ଜଣକ ମଧ୍ୟ ମୋ ପରି ସମାନ ‘‘୧୧-ଏ’’ ସିଟରେ ବସିଥିଲେ। ଉଲ୍ଲେଖଯୋଗ୍ୟ, ଗୁରୁବାର ଅପରାହ୍ନରେ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ବୋଇଂ ଡ୍ରିମଲାଇନର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ରମେଶ ହିଁ ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ଥିଲେ
