ଦେଶ-ବିଦେଶ

୫୫ବର୍ଷରେ ୧୭ତମ ଶିଶୁର ମା’ ହେଲେ ମହିଳା, ବିବାହ କରିସାରିଛନ୍ତି ୫ସନ୍ତାନ

Spread the love

ଉଦୟପୁର: ବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ବର୍ଷ ପୂର୍ବରୁ ସରକାର ‘ଆମେ ଦୁଇ, ଆମର ଦୁଇ’ ଅଭିଯାନ ଆରମ୍ଭ କରିଥିଲେ। ହେଲେ ଅନେକ ସ୍ଥାନରେ ଲୋକେ ଏକାଧିକ ସନ୍ତାନର ମାତାପିତା ହେଉଥିବା ଦେଖାଯାଇଛି। ସାଧାରଣ ଲୋକଙ୍କୁ ଏ ବିଷୟରେ ସଚେତନ କରିବା ପାଇଁ, ସ୍ୱାସ୍ଥ୍ୟ ବିଭାଗ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ହେଲେ ଏହାର କୌଣସି ସୁଫଳ ମିଳୁଛି, ତାହା କାଇଁ ଜଣାପଡ଼ୁନାହିଁ। ରାଜସ୍ଥାନର ଉଦୟପୁରରେ ଘଟିଥିବା ଘଟଣା ଏବେ ଲୋକଙ୍କୁ ଏଭଳି କହିବାକୁ ବାଧ୍ୟ କରିଛି। ଏକ ଆଦିବାସୀ ଅଞ୍ଚଳରେ ନିଜ ପୁଅ-ଝିଅ ବିବାହ କରାଇ ସାରିଥିବା ଜଣେ ମହିଳା ପୁଣି ଥରେ ମା’ ହୋଇଥିବା ଜଣାଯାଇଛି। ମହିଳାଜଣକ ୫୫ବର୍ଷ ବୟସରେ ମା’ ହୋଇଛନ୍ତି। ମହିଳାଜଣଙ୍କ ୧୭ତମ ଶିଶୁକୁ ଜନ୍ମ ଦେଇଥିବା ଜଣାଯାଇଛି।ସୂଚନା ମୁତାବକ, ରେଖା ଏହା ପୂର୍ବରୁ ୧୬ଜଣ ପିଲାଙ୍କର ମାଆ ହୋଇସାରିଛନ୍ତି। କିନ୍ତୁ, ଜନ୍ମ ପରେ ତାଙ୍କର ୪ ପୁଅ ଏବଂ ଜଣେ ଝିଅର ମୃତ୍ୟୁ ହୋଇଯାଇଥିଲା। ଏବେ ରେଖାଙ୍କ ୧୧ଜଣ ପିଲାଙ୍କ ମଧ୍ୟରେ ୫ଜଣ ବିବାହ କରି ମାତାପିତା ହୋଇସାରିଛନ୍ତି। ନାତିନାତୁଣୀ ଦେଖିବା ପରେ ରେଖା ପୁଣି ଥରେ ମା’ ହେବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ସ୍ୱାମୀ କୱରା କାଲବେଲିଆ କହିଛନ୍ତି ଯେ, ଆମେ ରହିବା ପାଇଁ ନିଜସ୍ୱ ଘର ନାହିଁ ଏବଂ ଆମେ ବହୁ କଷ୍ଟରେ ଜୀବିକା ନିର୍ବାହ କରୁଛୁ। ପିଲାମାନଙ୍କ ପେଟ ପୋଷିବା ପାଇଁ ମୋତେ ମହାଜନଙ୍କଠାରୁ ୨୦% ସୁଧରେ ଟଙ୍କା ନେବାକୁ ପଡ଼ିଥିଲା। ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଦେଇସାରିଥିଲେ ସୁଧ ସମ୍ପୂର୍ଣ୍ଣ ଭାବରେ ଦିଆଯାଇ ନାହିଁ।ଅଳିଆ ଗୋଟାଇ ଜୀବିକା ନିର୍ବାହ କରୁଥିବା ଏହି ପରିବାର ଶିକ୍ଷା ନାମରେ ତାଙ୍କ ପିଲାମାନଙ୍କୁ ସ୍କୁଲ ପଠାଇ ପାରୁ ନଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ତିଆରି ହୋଇଥିଲା, କିନ୍ତୁ ଆଜି ପିଲାମାନଙ୍କ ସମେତ ସମଗ୍ର ପରିବାର ବାସହୀନ କାରଣ ଜମି ସେମାନଙ୍କ ନାମରେ ନଥିଲା। କୱାରା କହିଛନ୍ତି ଯେ, ଆମ ପାଖରେ ଖାଇବା ପିଇବା ଏବଂ ପିଲାମାନଙ୍କ ବିବାହ ପାଇଁ ପର୍ଯ୍ୟାପ୍ତ ଟଙ୍କା ନାହିଁ। ଶିକ୍ଷା ଏବଂ ଘରର ସମସ୍ୟା ଆମକୁ ପ୍ରତିଦିନ ହଇରାଣ କରୁଛି।

Leave a Reply

Your email address will not be published. Required fields are marked *

error: Content is protected !!