ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ପୁନଃ ନିଯୁକ୍ତି କାହା ସ୍ୱାର୍ଥରେ?
ଭୁବନେଶ୍ୱର : ରାଜ୍ୟ ଜଳସମ୍ପଦ ବିଭଗରେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ପୁନଃ ନିଯୁକ୍ତି କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିବା ସହିତ ଯନ୍ତ୍ରୀ ମହଲରେ ଅସନ୍ତୋଷ ଦେଖା ଦେଇଛି, ଅର୍ଥଲୋଭି ତଥା କ୍ଷମତା ପିପାସୁ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ପଦବୀରେ ରହିବା ଯୋଗୁ ପ୍ରମୋସନ ବାଧାପ୍ରାପ୍ତ ହେବା ସହିତ କିଛି ଦକ୍ଷ ଯନ୍ତ୍ରୀଙ୍କ ଏହି ପଦବୀରେ ନିଯୁକ୍ତି ପାଇଁବାର ଆଶା ଧୂଳିସାତ ହୋଇଛି,ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଜଣେ ନିକମା ତଥା ଅପାରଗ ଯନ୍ତ୍ରୀ ହୋଇଥିବା ଯୋଗୁ ଜଳସମ୍ପଡ ବିଭାଗ ର ସମସ୍ତ କାର୍ଯ୍ୟ ଧିମେଇ ଯାଇଥିବା ଚର୍ଚ୍ଚା ହେଉଛି, ପିସି ପ୍ରିୟ ସର୍ବୋଚ୍ଚ ଯନ୍ତ୍ରୀ ପାଢ଼ୀ ବାବୁ କିଛି ବିଶ୍ୱସ୍ତ କର୍ମଚାରୀଙ୍କ ମାଧ୍ୟ୍ୟମରେ ମୋଟା ଅଙ୍କର ପିସି ନେଇ ବେନାମୀ ସମ୍ପତି ଠୁଳ କରୁଥିବା ଜଣାପଡିଛି, ଏଠାରେ ଅବଗତ କରାଯାଇପାରେ ଯେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେଲା ସେଚସଦନରେ ରହି ମନମୁଖୀ କାର୍ଯ୍ୟ ଚଳାଇବା ସହିତ ସର୍ବୋଚ୍ଚ ଯନ୍ତ୍ରୀ ପାଢ଼ୀ ବାବୁଙ୍କ ପିସି ସାମ୍ରାଜ୍ୟ ବିସ୍ତାରି କରିବାରେ ସହଯୋଗ କରୁଛନ୍ତି, ଯନ୍ତ୍ରୀ ପାଢ଼ୀ ବାବୁ ସବୁଆଡେ କହିବୁଲୁଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ. ଭି ସିଂଦେଓ ମୋର ବନ୍ଧୁ ତେଣୁ ମୁ ଆଜି ଏହି ପଦବୀରେ ପୁନଃ ନିଯୁକ୍ତି ପାଇଲି, ଏବଂ ପାର୍ଟି ପାଣ୍ଠିକୁ ମୋଟା ଅଙ୍କର ଅର୍ଥ ଦେଉଥିବାରୁ ମୋର କିଛି ହେବନି,ଅପାରଗ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ପୁଣି ଥରେ ନିଯୁକ୍ତି ଦେବାକୁ ନେଇ ହାଇକୋର୍ଟ ରେ ମାମଲା ରୁଜୁ ମଧ୍ୟ୍ୟ ହୋଇଛି, ସେଚସଦନରେ ପିସି ସଂଗ୍ରହ ରେ ଲାଗିପଡ଼ିଥିବା ସର୍ବୋଚ୍ଚ ଯନ୍ତ୍ରୀ ପାଢ଼ୀ ବାବୁ ବିଜେପି ସରକାର କୁ ବଦନାମ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱଚ୍ଛତା ରେ ଦାଗ ଲଗାଇ ସାରିଲେଣି, ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ଜଳସମ୍ପଦ ବିଭାଗର କାର୍ଯ୍ୟକୁ ଚଳଚଞ୍ଚଳ କରିଥିବା ବେଳେ ଏବେ ପାଢ଼ୀ ବାବୁ ସବୁ କାର୍ଯ୍ୟକୁ ମନ୍ଥର କରିସାରିଲେଣି, କୋଟିକୋଟି ଟଙ୍କାର କାର୍ଯ୍ୟାଦେଶ ଓସିସି ଦ୍ୱାରା କରାଇ ମୋଟା ଅଙ୍କର ପିସି ନେଉଥିବା ଚର୍ଚ୍ଚା ହେଉଛି, ସର୍ବୋଚ୍ଚ ଯନ୍ତ୍ରୀ ପଦବୀରେ ଥିବା ପାଢ଼ୀ ବାବୁଙ୍କ ଅତ୍ୟନ୍ତ ବିଶ୍ୱାସୀ ଅନୁଗୋଳ ଅଧିକ୍ଷଣ ଯନ୍ତ୍ରୀ ବେହେରା ବାବୁ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇ ଜେଲ ଯାଇଥିବାରୁ ସେ ବହୁତ ମନ ଦୁଃଖ କରୁଛନ୍ତି, ନିକମା ଅପାରଗ ଚନ୍ଦ୍ରଶେଖର ପାଢ଼ୀଙ୍କୁ କେଉଁ ଆଧାରରେ ପୁନଃ ନିଯୁକ୍ତି ଦିଆଗଲା ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି,ସର୍ବୋଚ୍ଚ ଯନ୍ତ୍ରୀ ପାଢ଼ୀ ବାବୁଙ୍କ ସବୁ କଳଙ୍କପେଡିର ଦସ୍ତାବିଜ ଆମର ହସ୍ତଗତ ହୋଇଛି, ତାଙ୍କର ମୌନ ମୁହାଁ ଦୁର୍ନୀତିର ଖବର ପର୍ଯ୍ୟାୟ କ୍ରମେ ଲୋକ ଲୋଚନକୁ ଆଣିବୁ
