ଅପରାଧ

ପଦ୍ମପୁର ଜିଲା କୃଷି ବିଭାଗରେ ୨୨.୩୦ ଲକ୍ଷ ଘୋଟାଲା: କିରାଣୀ ଗିରଫ, ପିଅନ ଫେରାର

Spread the love

ପଦ୍ମପୁର,୯ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଜିଲା କୃଷି ବିଭାଗ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଓ ପିଅନ ମିଶି ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ଜିଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ ନଂ. ୨୪୦/୨୫ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପଦ୍ମପୁର ପୋଲିସ ବରିଷ୍ଠ କିରାଣି କ୍ଷୀରୋଦ୍ର ଭୋଇଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ପିଅନ ରୂପକ ସାହୁ ଫେରାର ଥିବା ଜଣାପଡ଼ିଛି।ପୋଲିସ ସୂତ୍ରରୁ ପ୍ରକାଶ, ପଦ୍ମପୁର ବରିକେଲରେ ଥିବା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି କ୍ଷୀରୋଦ୍ର ଗତ ୨୨ା୭ା୨୫ ତାରିଖରେ ବିଲ ନଂ.୨୩ ଓ ୧୧ା୬ା୨୫ରେ ବିଲ ନଂ.୧୫ରେ ମୋଟ ୨୨ଲକ୍ଷ ୩୦ ହଜାର ୨୨୫ ଟଙ୍କା ପିଅନ ରୂପକ ସାହୁଙ୍କ HDFC ବ୍ୟାଙ୍କ ଅକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା। ଏହି ଘଟଣା ପଦ୍ମପୁର ସବ୍‌ ଟ୍ରେଜେରି ଜିଲା କୃଷି ଅଧିକାରୀ ପଣ୍ଡା ଜାଣିବା ପରେ ଗତ ୫ ତାରିଖରେ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି କିରାଣି କ୍ଷୀରୋଦ୍ର ଭୋଇଙ୍କୁ ବରିକେଲ ଅଫିସ ବାସଭବନରୁ ଗିରଫ କରିଥିଲା। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କୁ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ପଦ୍ମପୁର ଥାନା ଏସ୍‌ଆଇ ପ୍ରମିଳା ମରି ଏହି ମାମଲାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!