ରାଜ୍ୟ

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

Spread the love

ଫୁଲବାଣୀ,: ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୬ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୧ ବର୍ଷ ୯ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ସେ ହେଲେ ଦାରିଙ୍ଗିବାଡ଼ି ଥାନା ପାଙ୍ଗାଲି ଗ୍ରାମର ହର୍ମି ମଲ୍ଲିକ।୨୦୨୪ ସେପ୍ଟେମ୍ବର ୧ରେ ନାବାଳିକା(୧୭) ଜଣକ ଡ୍ରେସ୍‌ କିଣିବାକୁ ଦାରିଙ୍ଗିବାଡ଼ି ବଜାର ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ହର୍ମି ଅଟୋ ରିକ୍ସା ନେଇ ବଜାରରେ ଛାଡ଼ି ଦେବାକୁ କହି ଜବରଦସ୍ତ ଅଟୋରେ ବସାଇ ପାଙ୍ଗାଲି ଜଙ୍ଗଲ ଆଡ଼କୁ ନେଇ ବଳାତ୍କାର କରିଥିଲା। ଏ କଥା କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ପୁଣି ନାବାଳିକାଙ୍କୁ ଅଟୋରେ ଆଣି ଗାଁ ପାଖରେ ଛାଡ଼ି ଚାଲି ଯାଇଥିଲେ। ନାବାଳିକା ଘରେ ସମସ୍ତ କଥା ଜଣାଇଥିଲେ।ପରିବାର ଲୋକେ ଝିଅକୁ ନେଇ ଥାନାରେ ଏତଲା ଦେଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୪୪/୨୪) ରୁଜୁ କରି ଅଭିଯୁକ୍ତ ହର୍ମିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବିଚାରପତି ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୁରଣ ବାବଦରେ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ

Leave a Reply

Your email address will not be published. Required fields are marked *

error: Content is protected !!