ମନୋରଞ୍ଜନ

ଚର୍ଚ୍ଚାରେ ଅଭିଷେକ ବଚ୍ଚନଙ୍କ ପୋଷ୍ଟ, ତେଜିଲା ବିବାହ ବିଚ୍ଛେଦ ଚର୍ଚ୍ଚା

Spread the love

ନୂଆଦିଲ୍ଲୀ: ମୁଁ ଥରୁଟିଏ ହଜିଯିବାକୁ ଚାହୁଁଛି.. ଭିଡ ଭିତରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ମଧ୍ଯ ଚାହେଁ .. ଯାହା କିଛି ଥିଲା ସବୁ ଆପଣାର ଲୋକଙ୍କ ପାଇଁ ଦେଇଦେଲି.. ଏବେ ବାକିତକ ସମୟ ବାସ୍ ନିଜ ପାଇଁ ହିଁ ଚାହୁଁଛି… କେବେ କେବେ ନିଜ ସହ ଭେଟ ହେବା ପାଇଁ ଚାରିଆଡୁ ନିଖୋଜ ହେବାକୁ ପଡେ… କିଛି ଏମିତି ପୋଷ୍ଟ କରିଛନ୍ତି ଜଣାଶୁଣା ଅଭିନେତା ତଥା ଜୁନିୟର ବଚ୍ଚନ ଭାବେ ଜଣାଶୁଣା ଅଭିଷେକ ବଚ୍ଚନ । ନିଜ ଇନଷ୍ଟାଗ୍ରାମରେ ଏଭଳି କିଛି ଅଜବ ଲେଖା ପୋଷ୍ଟ କରିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ଯରେ ହଲଚଲ ସୃଷ୍ଟି ହୋଇଛି । ଅଭିଷେକଙ୍କ ଏମିତି ପୋଷ୍ଟ ପରେ ତାଙ୍କୁ ଶହଶହ କମେଣ୍ଟ ଆସିଛି । ଯେଉଁଥିଲେ ପ୍ରଶଂସକମାନେ ନିଜ ନିଜର ମତ ରଖିଛନ୍ତି ।ତେବେ ଐଶ୍ବର୍ଯ୍ୟା ରାୟଙ୍କ ସହ ଅଭିଷେକଙ୍କ ବିବାହ ବିଚ୍ଛେଦ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ମଝିରେ ଥମି ଯାଇଥିଲା । ହେଲେ ଅଭିଷେକଙ୍କ ଏହି ପୋଷ୍ଟ ପରେ ପୁଣି ଥରେ ତାଙ୍କ ବିବାହ ବିଚ୍ଛେଦ ନେଇ ହେଉଥିବା ଚର୍ଚ୍ଚା ତେଜିଛି । ତେବେ କଣ ପାଇଁ ଏମିତି ଲେଖିଲେ ଅଭିଷେକ ? କାହିଁକି ଲେଖିଲେ ? କେଉଁ ପରିସ୍ଥିତିରେ ଲେଖିଲେ ? ନିଜ ପାରିବାରିକ ଜୀବନରେ ସତରେ କିଛି ସେମିତି ସମସ୍ୟା ଉପୁଜିଛି କି ? ନା ନିଜ ସିନେମା କ୍ୟାରିୟର ପାଇଁ ଚିନ୍ତିତ ଅଛନ୍ତି ? ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି

Leave a Reply

Your email address will not be published. Required fields are marked *

error: Content is protected !!