old highway with holes and snow. Landscape road in the potholes in cloudy winter weather. The concept of the absence of timely repair of the highway.
ଗଞ୍ଜାମ, : ଷୋହଳ ନମ୍ବର ଜାତୀୟ ରାଜପଥ ହୁମାଠାରୁ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିରକୁ ସଂଯୋଗ ରାସ୍ତାଟି ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ହୋଇପଡିଥିବା ଦେଖିବାକୁ ମିଳିଛି l ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଅନେକ କାର୍ଯ୍ୟ ନିମ୍ନମାନର ହେଉଥିବା ଜଣାପଡିଛି, ଗ୍ରାମ୍ୟ ନିର୍ମାଣ ବିଭାଗ ଗଞ୍ଜାମର ଅଧିକ୍ଷଣ ଯନ୍ତ୍ରୀ ମୋଟା ଅଙ୍କର ପିସି ନେଇ ନିର୍ମାଣ କାର୍ଯ୍ୟ ଖରାପ କରିବାରେ ପ୍ରମୁଖ ଭୂମିକା ନେଉଥିବାରୁ ସରକାରୀ ଅର୍ଥ ହରିଲୁଟ ହେଉଛି, ବର୍ତମାନ ପଦବୀରେ ଥିବା ଅଧିକ୍ଷଣ ଯନ୍ତ୍ରୀ ପିସି ପ୍ରିୟ ହୋଇଥିବାରୁ ରାଜକୋଷ ଲୁଟ କରି ନିଜର କଳା ଟଙ୍କା ସଂଚୟ କରୁଥିବା ଅଭିଯୋଗ ହେଉଛି,ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହ ଏହି ପୀଠକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି l ଗ୍ରାମ୍ୟ ଉନୟନ ବିଭାଗୀୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାର ମରାମତି ଶୀଘ୍ର କରିବାକୁ ଦାବି ହେଉଛି lପ୍ରକାଶ ଯୋଗ୍ୟ ଯେ, ଏହି ରାସ୍ତାରେ ପ୍ରତେକ ଦିନ ତିନୋଟି ଗ୍ରାମ ଯଥା କଣ୍ଟିଆ ଗଡ଼, ଖଟୁଆ କୁଦା, ନୀଳାଦ୍ରୀ ପୁର ଗ୍ରାମର ଜନସାଧାରଣ ଯାତାୟାତ ସାଙ୍ଗକୁ ବଟେଶ୍ୱର ପୀଠକୁ ଆସୁଥିବା ପର୍ଯ୍ୟଟକମାନେ ନିର୍ଭର କରିଥାନ୍ତି l ଏପରିକି ସରକାରଙ୍କ ପକ୍ଷରୁ ମଧ୍ୟ୍ୟ ଏକ ଯାତ୍ରୀବାହୀ ଲକ୍ଷ୍ମୀବସ ଏହି ରାସ୍ତାରେ ପ୍ରତେକ ଦିନ ଯାତାୟାତ କରିଥାଏ। ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇ ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି l ଫଳରେ ସେହି ଖାଲରେ ବାଇକ୍ ଆରୋହୀ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି l ମାତ୍ର ଦିନ କେଇଟା ପରେ ଆଉ କିଛି ଦିନ ପରେ ପବିତ୍ର କାର୍ତ୍ତିକ ମାସ ଆସୁଛି l ହବିଷ୍ୟାଳି ମାନେ ପ୍ରତେକ ଦିନ ଭକ୍ତଙ୍କ ବଟେଶ୍ୱର ପୀଠ ଭିଡ଼ ହେବ l ଏଥିସହ ହଜାର ହଜାର ଭକ୍ତ ଏହି ରାସ୍ତା ଦେଇ ବଟେଶ୍ୱର ପୀଠକୁ ଯାତାୟାତ କରିବେ l ସେହି ଦୃଷ୍ଟିକୋଣରୁ ରାସ୍ତାଟି ଯୁଦ୍ଧକାଳୀନ ଭିତରେ ମରାମତି କରିବାକୁ ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ,କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ବାଇଁ, ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ ପଲାଇ ପ୍ରମୁଖ ଦାବି କରିଛନ୍ତି
