ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ
ଗଞ୍ଜାମ,: ଆଲୋକର ପର୍ବ ଦୀପାବଳି ସରକାରୀ ନିୟମ ଅନୁସାରେ ପାଳନ କରିବାକୁ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ପରାମର୍ଶ ଦେଇଛନ୍ତି। ସହର ଶେଷରେ ବିକ୍ରି ବାଣ ଦୋକାନୀମାନଙ୍କୁ କଡା ତାଗିଦ କରିବା ସହ ଯେପରି ନିୟମ ଅନୁସାରେ ସୁରକ୍ଷାରେ ସବୁଜ ବାଣ ବିକ୍ରି କରିବାକୁ ପରାମର୍ଶ ଦେଇଛନ୍ତି ।ବାଣ ଦୋକାନ ନିକଟରେ ବାଲି ଓ ଅଗ୍ନି ନିର୍ବାପକ ଯନ୍ତ୍ର ମହଜୁଦ ରଖିବାକୁ ଦୋକାନୀଙ୍କୁ ଆଇଆଇସି ନିର୍ଦ୍ଦେଶ ଦେଇଛନ୍ତି। ବାଣ ଫୁଟାଇଲା ବେଳେ ସତର୍କତା ଅବଲମ୍ବନ କରିବାକୁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି। ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ପର୍ଯ୍ୟନ୍ତ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
