ବିଜେଡିରେ ମିଶିଲେ ବସନ୍ତ ପଣ୍ଡାଙ୍କ ପୁତୁରା
ନୂଆପଡ଼ା,: ବିଜେପି ର ପୂର୍ବତନ ରାଜ୍ୟ ସଭାପତି ତଥା ନୂଆପଡ଼ାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ମଙ୍ଗଳବାର ବିଜେଡିରେ ଯୋଗଦେଇଛନ୍ତି। ହରିଶ୍ଚନ୍ଦ୍ର ସାରେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଦିବ୍ୟଶଙ୍କର ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ। ହରିଶ୍ଚନ୍ଦ୍ର ନୂଆପଡ଼ାରେ ଜଣେ ସୁସଂଗଠକ।
