ନୂଆପଡ଼ାରୁ ନବୀନଙ୍କୁ ନିଶାନା କଲେ ମୋହନ
ନୂଆପଡ଼ା, : ମୁଖ୍ୟମନ୍ତ୍ରୀ ମୋହନ ମାଝି ଶନିବାର ନୂଆପଡ଼ା ଗସ୍ତରେ ଆସିଛନ୍ତି। ସେଠାରୁ ସେ ସିଧା ନବୀନଙ୍କୁ ନିଶାନା କରିଛନ୍ତି। ସେ କହିଛନ୍ତି, ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି। ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ା ଗାଁରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି। ଖାଲି ଭୁବନେଶ୍ୱରରେ ରହି କହିଲେ ଆପଣମାନେ ଖୁସି ତ। ବିରୋଧୀଦଳ ନେତା ତାଙ୍କ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇକି ଯାଉନାହାନ୍ତି। ନବୀନ ବାବୁ ଯଦି ଆପଣଙ୍କ ଅଞ୍ଚଳକୁ ଆସିବେ ତେବେ କି ଭାଷାରେ କହିବେ। କେବଳ ଇଂଲିଶରେ କହିବେ, ୩୦ ବର୍ଷ ହେଲା ଆସି ଓଡ଼ିଆ ଶିଖିପାରିଲେ। ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
