ରାଜନୀତି

ନିର୍ବାଚନ କମିଶନଙ୍କୁ ନିନ୍ଦା କଲେ ସ୍ନେହାଙ୍ଗିନୀ ଛୁରିଆ

Spread the love

ନୂଆପଡ଼ା,: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ସଙ୍ଗୀନ ଅଭିଯୋଗ ଆଣିଛି। ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କାରସାଦି ହୋଇଥିବା ଅଭିଯୋଗ କରି ଫଳାଫଳକୁ ଖଣ୍ଡନ କରିବା ସହ ନିର୍ବାଚନ କମିଶନଙ୍କୁ କଡ଼ା ନିନ୍ଦା କରିଛନ୍ତି। ଛୁରିଆ କହିଛନ୍ତି, “ଯେଉଁ ଭୋଟ୍ ମେସିନ୍‌ରେ ଆସିଛି, ମୁଁ ତାକୁ ଅଗ୍ରାହ୍ୟ କରୁଛି ଏବଂ ଫଳାଫଳକୁ ମୁଁ ଖଣ୍ଡନ କରୁଛି।”ସେ ମତଦାନ ପ୍ରତିଶତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ଦିନ ସନ୍ଧ୍ୟା ୫ଟାରେ ୭୫% ଓ ସନ୍ଧ୍ୟା ୭ଟାରେ ୭୭% ମତଦାନ ହୋଇଥିଲା। କିନ୍ତୁ ପରଦିନ ଦିନ ୧୦ଟାରେ ୮୧% ଓ ୧୨ଟାରେ ୮୩.୪୫% ମତଦାନ ହୋଇଥିବା କୁହାଗଲା।ସ୍ନେହାଙ୍ଗିନୀ କହିଛନ୍ତି ଯେ ସ୍ୱାଧୀନତା ପରଠୁ ନୂଆପଡ଼ାରେ ଭୋଟିଂ ପ୍ରତିଶତ ସର୍ବଦା ୭୦% ଭିତରେ ରହିଛି। ମାତ୍ର ଏଥର ଉପନିର୍ବାଚନରେ ଅନେକ ବିରଳ ରେକର୍ଡ ସୃଷ୍ଟି ହୋଇଛି, ଯେଉଁଥିରେ ୪୧ଟି ବୁଥ୍‌ରେ ୯୦%ରୁ ଅଧିକ ଭୋଟ୍ ପଡ଼ିଛି। ସେ ସିଧାସଳଖ ଏହି ସମସ୍ତ ଘଟଣାକୁ କାରସାଦି ବୋଲି ଅଭିଯୋଗ କରି ନିର୍ବାଚନ କମିଶନଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!