ରାଜ୍ୟ

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା

Spread the love

ବଲାଙ୍ଗୀର,: ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ପହଞ୍ଚିଛନ୍ତି। ଶ୍ରୀୟା ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୋ ଭୋ ହୋଇ ମୁଣ୍ଡ ପିଟି କାନ୍ଦିଛନ୍ତି। ସେ କହିଛନ୍ତି, ନିଜକୁ କ’ଣ କରିଦେଲ?ଅଭିମାନ କରି ମୋତେ ଏକା କରି ଏମିତି ଚାଲିଗଲ। ଯାହା ସହି ହେଉନାହିଁ। ସେହିପରି ହ୍ୟୁମାନଙ୍କ ମା’ ମଧ୍ୟ ଛାତି ଫଟେଇ କାନ୍ଦୁଛନ୍ତି। କହିଛନ୍ତି, ମୋ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଛି। ମୋ’ ନାତୁଣୀ ଆଉ ମୋ’ ବୋହୂ ମୋତେ ସମ୍ଭାଳିଛନ୍ତି।ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଓ ସଂଗୀତ ଦୁନିଆରେ ବହୁତ ଜଣାଶୁଣା ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନୁଭବ ମହାନ୍ତି ମଧ୍ୟ ସେହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟିଟିଲାଗଡ଼ରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!