ରାଜ୍ୟ

ଅସ୍ତରଙ୍ଗ ପ୍ରେସ୍ କ୍ଲବର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Spread the love

ଅସ୍ତରଙ୍ଗ : ଆଜି ଅସ୍ତରଙ୍ଗ ଠାରେ ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ର ସ୍ବାଗତ ସମ୍ବର୍ଦ୍ଧନା ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ସଭାପତି ଶରତ କୁମାର ପରିଡ଼ା ସଭାପତିତ୍ବ କରିଥିବାବେଳେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ଦାସ, ସମ୍ପାଦକ ବୃନ୍ଦାବନ ବିଶ୍ବାଳ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ନୂତନ କାର୍ଯ୍ୟକର୍ତ୍ତା ସଦସ୍ୟ ଭାବେ ଜ୍ୟୋତି ଶଙ୍କର ଦାସ, ଅରୁଣ କୁମାର ବିଶ୍ବାଳ ଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆୟୋଜିତ ବନ୍ଧୁ ମିଳନ ଉତ୍ସବ ରେ ମୁଖ୍ୟ ଉପଦେଷ୍ଟା ପ୍ରତାପ ଚନ୍ଦ୍ର ପରିଡା, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଜଗନ୍ନାଥ ବେହୁରା,ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଜେନା,ଯୁବ ସାମ୍ବାଦିକ ଅନିଲ ବାରିକ, ତ୍ରିଲୋଚନ ବେହେରା, ଉପସଭାନେତ୍ରୀ ମମତା ଜେନା, ଅକ୍ଷୟ ପ୍ରସାଦ ମହାନ୍ତି,ଶୋଭା କର ବେହେରା, ପ୍ରିୟବ୍ରତ ମୁଦୁଲି,ସୋସିଆଲ ମିଡ଼ିଆ ସଂଯୋଜକ ଅଲେଖ ବିଶ୍ଵାଳ ଯୋଗଦେଇ ନୂତନ ବର୍ଷ ୨୦୨୬ ରେ ବିଭିନ୍ନ ସାମାଜିକ କାର୍ଯ୍ୟ, ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୨୪ ଘଣ୍ଟିଆ ବିଶେଷଜ୍ଞ ଡାକ୍ତର ଶଯ୍ୟା ସଂଖ୍ୟା ବୃଦ୍ଧି, ଜାନୁଆରୀ ୨୬ ୭୭ତମ ସାଧାରଣ ତନ୍ତ୍ର ପାଳନ କରିବା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!