ରତ୍ନବଟ ପୂଜକ ଙ୍କ ପରଲୋକ
ନିମାପଡ଼ା : ନିକଟସ୍ଥ ସାନହୁଲି ଗ୍ରାମର ରତ୍ନବଟ ର ପୂଜକ ରାଜେନ୍ଦ୍ର ଶତପଥି (୭୪) ଙ୍କ ର ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ ଆଜମା ରୋଗରେ ପୀଡିତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ର ଦେହାନ୍ତ ହୋଇଯାଇଛି।ସ୍ଵର୍ଗତ ଶତପଥୀ ଙ୍କ ବିୟୋଗରେ ଚାରିଛକ,ତୁଳସୀପୁର ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ଦୁଇ ପୁତ୍ର, ପୁତ୍ର ବଧୁ, ନାତି, ନାତୁଣୀ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ରହିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ବଡପୁଅ ହରେକୃଷ୍ଣ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସମାଜସେବୀ , ବୁଦ୍ଧିଜୀବୀ ଓ ପଣ୍ଡିତ ମଣ୍ଡଳୀ ମାନେ ପହଞ୍ଚି ସ୍ୱର୍ଗତ ରାଜେନ୍ଦ୍ର ଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେଇ ଅମର ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥ ପାଖରେ ପାର୍ଥନା କରିଥିଲେ ।
