ନୂଆ ରୂପ ନେବ ନୀଳମାଧବ ବିକାଶ ପ୍ରକଳ୍ପ, ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ସଚିବ ଓ ଜିଲ୍ଲାପାଳ
ଖଣ୍ଡପଡ଼ା,: ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବରେ ପରିଚିତ କଣ୍ଟିଲୋ ଶ୍ରୀ ନୀଳମାଧବ କ୍ଷେତ୍ର ବିକାଶ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୧୮ ମାସ ପରିବର୍ତ୍ତେ ୩ ବର୍ଷରୁ ଉର୍ଦ୍ଧ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପର୍ନ୍ନ ହେବା ନା ଗନ୍ଧ ଧରୁନି । ତେବେ ଶେଷ ହେବାକୁ ଯାଉଥିବା ବିକାଶ ପ୍ରକଳ୍ପ ର ଶେଷ ସମୀକ୍ଷା ଆଜି ରବିବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ରାଜ୍ୟ ନିର୍ମାଣ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସମୀକ୍ଷା କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କଣ୍ଟିଲୋ ଠାରେ ମିଳିତ ଭାବରେ ପ୍ର୍ରକଳ୍ପର କାର୍ଯ୍ୟକାରିତା କରିବାରେ ହୋଇଥିବା ସୁବିଧା, ଅସୁବିଧା ଓ ବିଳମ୍ବ ସମ୍ବନ୍ଧ ରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ l ସମ୍ପୃକ୍ତ ସଂସ୍ଥା ଓଡିଶା ସେତୁ ନିର୍ମାଣ ନିଗମ ଲିମିଟେଡ଼ କର୍ତ୍ତ୍ତୃପକ୍ଷ ଓ ବଂଶଲ କମ୍ପାନୀ ର କର୍ମଚାରୀ ମାନଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା l ବିଶେଷତଃ ନୀଳମାଧଵ ମନ୍ଦିର ବିକାଶ ପ୍ରକଳ୍ପରେ ସାମିଲ ଥିବା ଚନ୍ଦନ ପୋଖରୀ ଓ ମନ୍ଦିର ଲିଫ୍ଟ କାର୍ଯ୍ୟ ତୁରନ୍ତ ଆଲୋକୀ କରଣ କରାଯିବ ଓ ଏଥିପାଇଁ ବିଜୁଳି ଯୋଗାଣ ପାଇଁ ଦେୟ ଦାଖଲ କରାଯାଇଛି ବୋଲି ସଚିବ ସଞ୍ଜୟ କୁମାର ସିଂ ଉପସ୍ଥିତ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ l ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମନ୍ଦିରରେ ଫାଣ୍ଡି ଖୋଲିବା ସହ ପୋଲିସ ମୃତୟନ କରିବାକୁ ଆରକ୍ଷୀ ଅଧିକ୍ଷକ ଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ମନ୍ଦିର ପରିଚାଳନା ପାଇଁ ମ୍ୟାନେଜର ଓ ପରାମର୍ଶ ଦାତା କମିଟି ନିଯୁକ୍ତି ବ୍ୟବସ୍ଥା କରିବାକୁ ଖବର ଦାତାମାନଙ୍କୁ ସୂଚନା ଦେଇଥିଲେ l ପରେ ପରେ ଖଣ୍ଡପଡ଼ା ଓ ଭାପୁର ବ୍ଲକ ସୀମାନ୍ତ କଟିଲୋ ଗ୍ରାମ ଉପକଣ୍ଠ ରେ ଥିବା ବହୁ ପୁରାତନ କମେଇଁ ସେତୁର ପୁନଃ ନିର୍ମାଣ କରିବା ପାଇଁ ଯୋଜନା ଥିବାରୁ ଏହାକୁ ସଚିବ ଶ୍ରୀ ସିଂ ପରିଦର୍ଶନ କରିଥିଲେ i ଏହି ପରିପ୍ରେକ୍ଷୀରେ ସଚିବ ଓ ଜିଲ୍ଲାପାଳ ନୀଳମାଧଵ ମନ୍ଦିରକୁ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ ଓ ସେହି ସମୟରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମନ୍ଦିର ଉପରେ ସଚିବ ଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଶ୍ରୀ ନୀଳମାଧଵଙ୍କ ଫଟୋ ଚିତ୍ର ଉପହାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମ ରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସଞ୍ଜିବ କୁମାର ବେହେରା, ପୂର୍ତ୍ତ ବିଭାଗ ମୂଖ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀ ଇଂ ରଶ୍ମି ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଧାଶ୍ୟାମ କାଲୋ ଓ ସହକାରୀ ଯନ୍ତ୍ରୀ ଇଂ ପ୍ରାଣକୃଷ୍ଣ ମହାପାତ୍ର ଉପସ୍ଥିତ ଥିଲାବେଳେ ଓଡିଶା ସେତୁ ନିର୍ମାଣ ନିଗମ ଲିମିଟେଡ଼ର ମୂଖ୍ୟ ଯନ୍ତ୍ରୀ ଶ୍ରୀଧର ରାଉତ, ଅଧିକ୍ଷଣ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା, ନିର୍ବାହୀ ଅଧିକାରୀ ଇଂ ଚୈତନ ପ୍ରସାଦ ମାଝୀ ଓ ବଂଶଲ ଇନଫ୍ରା କମ୍ପାନୀ ପକ୍ଷରୁ କଣ୍ଟିଲୋ ପ୍ରକଳ୍ପ ପରିଚାଳକ ଇଂ ଭକ୍ତ ହରି ଜେନା ପ୍ରମୁଖ ଉପସ୍ଥିତ ଥିଲେ l (ଫଟୋ ପଠାଇଛି)
