ଅପରାଧ

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

Spread the love

ଖୋର୍ଦ୍ଧା,: ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ ପ୍ରତାପ ଦିଗଲ ଓ ତାଙ୍କ ସହଯୋଗୀ। ଉଭୟଙ୍କ ଘର କନ୍ଧମାଳ ଅଞ୍ଚଳରେ। ପ୍ରତାପ ପୂର୍ବରୁ ମଧ୍ୟ ଏହି କାରବାର ଲିପ୍ତ ରହିଛନ୍ତି। ସେମାନଙ୍କ ନିକଟ ରୁ ୨୩କେଜି ଗଞ୍ଜେଇ ସହ ତିନି ଗୋଟି ମୋବାଇଲ ଫୋନ, ଗୋଟେ ନ୍ୟୁଜ୍‌ କ୍ୟାମେରା ସହ ବୁମ, ପରିଚୟ ପତ୍ର ଏବଂ ଏକ କାର୍‌ ଜବତ କରିଛି ବିଭାଗ। କନ୍ଧମାଳରୁ ଚୋରାଚାଲାଣ କରୁଥିଲେ। ଆଜି ସାରୁଅ ବଜାରରୁ ଗିରଫ କରିଛି ଅବକାରୀ ବିଭାଗ। ସେହିପରି ଜାତୀୟ ରାଜପଥ ୧୬ ମଳିପଡା ଫ୍ଲାଏଓଭର ପାର୍ଶ୍ୱରୁ ୨୨କେଜି ଗଞ୍ଜେଇ , ଗୋଟିଏ toyata car ଏବଂ ଏକ ମୋବାଇଲ ଫୋନ ସହ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଜିଲା ଅଧିକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି। ମୋଟ ୪୫ କେଜି ଗଞ୍ଜେଇ, ୨ଟି ଇନୋଭା, ୫ଟି ମୋବାଇଲ ଜବତ କରାଯାଇଥିବା ଏସପି ତ୍ରିପାଠୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!