ଅପରାଧ

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଗଣିତ ଶିକ୍ଷକ

Spread the love

ଖୋର୍ଦ୍ଧା,: ଖୋର୍ଦ୍ଧାର ଏକ ସରକାରୀ ଇଂଲିଶ ମିଡିୟମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ଆଦର୍ଶ ଥାନା ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ଗଣିତ ଶିକ୍ଷକ ଢେଙ୍କାନାଳ ଜିଲା କାମାକ୍ଷାନଗର ଚିରିଡ଼ାମାଳିର ଅମରେନ୍ଦ୍ର ସାହୁ (୫୫)। ଏନେଇ ଥାନାରେ ପୋକ୍‌ସୋ ଆକ୍ଟରେ ଏକ ମାମଲା (ନଂ.୩୧/୨୬) ରୁଜୁ ହୋଇଛି।ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ସାଇକେଲରେ ବୁଲୁଥିବା ସମ୍ପୃକ୍ତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅମରେନ୍ଦ୍ର ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣଙ୍କ ଘରକୁ ଯିବା ପରେ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏନେଇ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇ ଶିକ୍ଷକ ଅମରେନ୍ଦ୍ରଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!