ଭୁବନେଶ୍ୱର : ନିମାପଡ଼ା ରେ ଏହି ସରକାର ଅମଳରେ ରାସ୍ତା ନିର୍ମାଣ ନାମରେ କୋଟି କୋଟି ଅର୍ଥ ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣର କିଛିବର୍ଷ ପରେ ରାସ୍ତା ଫାଟି ଦୁଇ ଫାଳ ହୋଇ ଯାଇଥିବା ବେଳେ ଏହି ରାସ୍ତାରେ ୯ ଟିପୋଲ ନିର୍ମାଣ ଦର୍ଶାଯାଇଛି। ମାତ୍ର ଦୁଇଟି ପୋଲ ନିର୍ମାଣ କରାଯାଇଥିବା ବେଳେ ଆଉ ୭ଟି ପୋଲର ଅର୍ଥକୁ ଭୂତ ଖାଇ ଯାଇଥୁବା ଜଣାପଡ଼ିଛି । ଯାହାକୁ ନେଇ ସରକାରଙ୍କ ଅର୍ଥ ଖୋଲାଖୋଲି ଭାବେ ବାଟ ମାରଣା ହୋଇଥିବା ଜଣାପଡ଼ିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ବିଜେପି ସରକାର ଅମଳରେ ଏପରି କରାଯାଇଥିବା ବେଳେ ଏହି ଘଟଣାକୁ ନେଇତୀବ୍ର ଅସନ୍ତୋଷ ଦେଖା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ବ ଡ଼ଶିରିବିଳା ପଂଚାୟତ ବିଜେଡ଼ି ସରକାର ସମୟରେ ନିମାପଡ଼ା ବଳଙ୍ଗା ରାସ୍ତା ଠାରୁ ବଡ଼ଗାଁ ଗବ ନାଳିଆ ରାସ୍ତା ୨ କି.ମି. ୯ ଶହ ୩୭ ମିଟର ବଡ଼ଗାଁ ପିଚୁ ରାସ୍ତା, ୧୬ଶହ ୯୦ ମିଟର କୂଳେଇ ରାସ୍ତାର ଦୈର୍ଘ୍ୟ ୧୨ଶହ ୪୫ ମିଟର ଏହି ରାସ୍ତାରେ ୯ଟି ପୋଲ ନିର୍ମାଣ ଦର୍ଶାଯାଇଛି । ଗ୍ରାମ ନିର୍ମାଣ ବିଭାଗ ନିମାପଡ଼ା ଏହାକୁ ଟେଣ୍ଡର ଦେଇଥିଲେ । ମାତ୍ର ଏହି ରାସ୍ତା ନିର୍ମାଣ ହେବା କିଛି ବର୍ଷ ପରେ ରାସ୍ତା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରାସ୍ତା ଫାଟି ଦୁଇଫାଳ ହୋଇ ଯାଇଥିବା ବେଳେ ଅନେକ ରାସ୍ତାରେ ଚଳେଇ ନଷ୍ଟ ହୋଇଯାଇଛି । ନିମ୍ନମାନର କାର୍ଯ୍ୟ ଠିକାଦାର କରି ଅର୍ଥ ହାତେଇ ନେଇଥିବା ଜଣାପଡ଼ିଛି । ୯ଟି ପୋଲ ନିର୍ମାଣ ଫଳକରେ ଦର୍ଶାଯାଇଥିବା ବେଳେ ଦୁଇଟିପୋଲ ନିର୍ମାଣ ହୋଇଥିବା ବେଳେ ଆଉ ୭ଟିପୋଲ ଅର୍ଥକୁ ଭୂତ ଖାଇ ଯାଇଛି । ଏହି ଘଟଣାରୁ ବାରି ହୋଇପଡୁଛି ସରକାରଙ୍କର ସ୍ଵଚ୍ଛତା । ବାରମ୍ବାର ଅଭିଯୋଗ ହେଉଥିଲେ ।ମଧ୍ୟ ଏହି ଘଟଣା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ ।। ଗତ କିଛି ଦିନ ତଳେ ବଡ଼ଗାଁ ମୁଣ୍ଡ ପୋଲ ।ଠାରୁ ଗବ ନାଳିଆ ପର୍ଯ୍ୟନ୍ତ ଠିକାଦାର ରାସ୍ତାରେ ପିଚୁ ପକାଇ ଥିଲେ । ଏକମାସ ନପୁରୁଣୁ ପିଚୁ ସବୁ ଉଠି ଖାଲଖମା ସୃଷ୍ଟି ହୋଇଛି । ଏହି ଘଟଣା ପ୍ରତି ଦୃଷ୍ଟି ଦିଆଯାଇ ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବିଜେପି ସରକାର ସମୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ଜୈନିକ ଠିକାଦାର ରାସ୍ତା କଡ଼ରୁ ମଟାଳମାଟି ତାଡ଼ି ରାସ୍ତାରେ ପକାଇ ମଟାଳ ମାଟିଉପରେ ଚଳେଇ ଓ ପିଚୁ ପକାଇ ଦେଇଥିବା କାରଣରୁ କିଛିଦିନ ପରେ ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦିନରେ ଲଣ୍ଡନ ଦେଖାଇବା ପରି ଠିକାଦାର ଭୂଆଁ ବୁଲାଇ ଅର୍ଥ ହାତେଇ ନେଇଥିବା ବେଳେ ବିଭାଗୀୟ ଅଧିକାରୀ କ’ଣ କରୁଥିଲେ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି । ନିମାପଡ଼ା ଗ୍ରାମ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପିସି. ନେଇ ଜାଣିଶୁଣି ଠିକାଦାରକୁ ସୁହାଇଲା ଭଳି କାର୍ଯ୍ୟ କରିଥିବା ଏହି ରାସ୍ତା ଦେଖିଲେ ବାରି ହୋଇପଡୁଛି ।
