ରାଜ୍ୟ

ବନ୍ଦ ପ୍ରଭାବ: ଜାତୀୟ ରାଜପଥ ଅବରୋଧ, ଯାନବାହନ ଅଚଳାବସ୍ଥା

Spread the love

କଳାହାଣ୍ଡି : ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ଅନେକ ହଜାର ଟଙ୍କାର ଫାଇନ ଆଦାୟ କରୁଛନ୍ତି। ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନାଁରେ ଲୁଟ୍‌ କରିବାରେ ଲାଗିପଡ଼ିଛି। ଏହିସବୁ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ପାଇଁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ଅନ୍ୟପଟେ ବନ୍ଦ ପାଳନ ସମୟରେ କୌଣସି ଜରୁରିକାଳୀନ ସେବା ଯେପରି ବନ୍ଦ ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କୁହାଯାଇଛି।ବନ୍ଦର ପ୍ରଭାବ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ବୋରିଅ ଗ୍ରାମର ମୁଖ୍ୟ ଜାତୀୟ ରାଜପଥ ୨୬କୁ କଂଗେସ ପକ୍ଷର ବୁଧବାର ସକାଳୁ ଅବରୋଧ କରାଯାଇଛି।ଫଳରେ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଇଛିି। ସମସ୍ତ ବସ୍‌ ଟ୍ରକ, ଚାରିଚକିଆ ଗାଡି ଛିଡା ହୋଇ ରହିଛି। ଏଥିରେ କଂଗେସର କର୍ମକର୍ତ୍ତା ଦେବେନ୍ଦ୍ର ନାୟକ, ଗୋପୀ ମାଝୀ, ଧରଣୀ ପ୍ରଧାନ ପ୍ରମୁଖ ସାମିଲ ହୋଇ ସକାଳୁ ଗଣଧାରଣା ଦେଇଛନ୍ତି। ମାତ୍ର କେସିଙ୍ଗା ସହରରେ ଏହାର କିଛି ପ୍ରଭାବ ଦେଖିବାକୁ ମିଳିନାହିଁ।

Leave a Reply

Your email address will not be published. Required fields are marked *

error: Content is protected !!