କାଶିବେଡା ଗ୍ରାମରେ ୪୪ ତମ ବାଦ ପାଲା, ପାଲା ପ୍ରେମୀ ଙ୍କୁ ଉତ୍ସାହିତ କଲେ କେନ୍ଦୁଝର ସାଂସଦ
ପାଟଣା : ପ୍ରତିବର୍ଷ ପରି ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଘଟଗାଁ ବ୍ଳକ ଢେଙ୍କିକୋଟ ସନ୍ନିକଟ ଖଣ୍ଟଘର ପଞ୍ଚାୟତର ଐତିହ୍ୟ ପରମ୍ପରା ଓ ସାଂସ୍କୃତିକ ପରିଚୟରଗ୍ରାମ କାଶିବେଡା ଗାଁ ରେ ଆୟୋଜିତ ହୋଇଛି ଶ୍ରୀ ଶ୍ରୀ ସତ୍ୟନାରାୟଣଙ୍କ ବାଦପାଲା। ଜନସଂଖ୍ୟା ବହୁଳ ଏହି ଗ୍ରାମର ଗୋପାଳ ସାହି ବସ୍ତିରେ ଚଳିତ ବର୍ଷ ୪୪ତମ ବାର୍ଷିକ ଶ୍ରୀ ଶ୍ରୀସତ୍ୟନାରାୟଣ ବାଦିପାଲା ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହେଉଛି । ଅୟମାରମ୍ଭରେ ଗ୍ରାମର ମହିଳା (ମାତୃଶକ୍ତି) ମା’ମାନଙ୍କ ଦ୍ଵାରା ଶ୍ରୀସତ୍ୟନାରାୟଣଙ୍କ ଆସ୍ଥାନ ସାଜସଜ୍ଜା ଓ ଲିପାପୋଛା ହୋଇ ଝୋଟି ପଡ଼ିବା ସହ ପବିତ୍ର ଶଙ୍ଖ ଧ୍ବନିରେ ଠାକୁରଙ୍କ ନୀତିକାନ୍ତି , ପୂଜାର୍ଚ୍ଚନା ସହ ଭୋଗ-ନୈବେଦ୍ୟ ଅର୍ପଣ କରି ବିଶେଷ ପୁଷ୍ପାଞ୍ଜଳି ବାଢିଥିଲେ । ଅତି ସୁନ୍ଦର ଭଜନ-ସଙ୍ଗୀତ ଓ ସାଂସ୍କୃତିକ ନୃତ୍ୟାଭିନୟ ଭିତରେ ପରମକାରୁଣିକ ସତ୍ୟର ଠାକୁର ଲୀଳାମୟ ଜଗଦ୍ଦୀଶ୍ଵର ଶ୍ରୀ ଶ୍ରୀ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ଆଧ୍ୟାତ୍ମିକ ତତ୍ତ୍ଵ ତଥା ହରିନାମ ଗୁଣକୀର୍ତ୍ତନରେ ପାଲା ପରିବେଷଣ କରିବା ପାଇଁ ମଞ୍ଚରେ ମଞ୍ଚାସୀନ ହୋଇଛନ୍ତି କଟକ ଅଳତରଙ୍ଗ ର ଗାୟକ ସୁଧାଂଶୁ ଡଃ ଭାରତ ଭୁଷଣ ଦାଶ ଓ ସାଥିମାନେ ତାଙ୍କ ସହିତ ଅନ୍ୟତମ ଗାୟକ ଭାସ୍କର କେନ୍ଦୁଝର ମଛାଳୋ ର ଦୁଷ୍ମନ୍ତ କୁମାର ମହାନ୍ତି ଓ ସାଥିମାନ ଶ୍ରୀଭାଗବତ କଥାମୃତ ପୁରାଣ ଶାସ୍ତ୍ର ଓ ସଂସ୍କୃତ ଶାସ୍ତ୍ର ଉପରେ ପାଲ ପରିବେଷଣ କରିଛନ୍ତି। ଦ୍ବିତୀୟ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ଢେଙ୍କିକୋଟ ବିକାଶ ମଞ୍ଚ ସଭାପତି ଅଖିଳ କୁମାର ପାତ୍ର, ସଂପାଦକ ବିଜୟ କୁମାର ସାହୁ, ଶ୍ରୀ ରାମ ନବମୀ ପୂଜା କମିଟି ସଭାପତି ମକରଧ୍ବଜ ସାହୁ, ସଂପାଦକ ରାଜ କିଶୋର ସାହୁ , ବେଣୁଧର ସାହୁ ଓ ଅଶେଷ କୁମାର ସାହୁ ପ୍ରମୁଖଙ୍କ ସହ ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନା କର୍ମଚାରୀ ବସନ୍ତ କୁମାର ନାୟକ ଯୋଗ ଦେଇଥିଲେ। ଏହି ତ୍ରୀଦିବସୀୟ ପାଲା କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଗୁରୁବାର ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ସଂଖ୍ୟାଧିକ ଓ ବହୁ ଶ୍ରଦ୍ଧାଳୁ ପାଲା ପ୍ରେମୀ ଶ୍ରୋତା-ବକ୍ତାଙ୍କ ଏଠାରେ ସମ୍ମେଳନ ହୋଇଛି । କାଶିବେଡା ପାଲା ମହୋତ୍ସବ କମିଟିର କାର୍ଯ୍ୟକର୍ତ୍ତା ମାନେଶ୍ରୀସତ୍ୟନାରାୟଣଙ୍କ ଏଠାରେ ଏହି ସ୍ମରଣୀୟ ବାଦିପାଲା ସଂଦର୍ଶନ ଓ ଲାଳିତ୍ୟ-ରସାମୃତ ପାନ କରିବା ପାଇଁ ଶ୍ରଦ୍ଧାଳୁ ପାଲାପ୍ରେମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
