ଅପରାଧ

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା

Spread the love

କଳିଙ୍ଗନଗର, ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।ଘଟଣା ଅନୁଯାୟୀ, ୨୦୨୫ ମସିହାରେ ସେହି ଅଞ୍ଚଳର ଶାରୀରିକ ଭିନ୍ନକ୍ଷମ ଅର୍ଜୁନ ବେହେରା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ‘ଧରମ ଝିଅ’ ଭାବେ ଘରକୁ ଆଣିଥିଲେ। ପରେ ସେ ଘରୋଇ କାମରେ ସାହାଯ୍ୟ ନାମରେ ନାବାଳିକାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି। ଭୟବଶତଃ ନାବାଳିକା ଏହି କଥା କାହାକୁ କହିପାରିନଥିଲେ।ପରେ ହଠାତ୍ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନେଇଯାଇଥିବାବେଳେ ସେ ୫ ମାସର ଗର୍ଭବତୀ ଥିବା ଡାକ୍ତରମାନେ ଜଣାଇଥିଲେ। ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଧର୍ମଶାଳା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା।ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ଅର୍ଜୁନ ବେହେରାଙ୍କୁ ଗିରଫ କରି କୋର୍ଟରେ ଚାଲାଣ କରିଥିଲା। ପରେ ଯାଜପୁରର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏହି ମାମଲାର ଶୁଣାଣି କରିଥିଲେ।୯ ଜଣ ସାକ୍ଷୀଙ୍କ ଜବାନବନ୍ଦୀକୁ ଗ୍ରହଣ କରି ଅଦାଲତ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅଦାୟ ନ ହେଲେ ଅତିରିକ୍ତ ୨୪ ମାସ କାରାଦଣ୍ଡ ଭୋଗିବାକୁ ପଡିବ। ଏଥିସହ ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!