ଭୁବନେଶ୍ୱର : ଏସିଆନ ଗେମନ୍ସର ଚତୁର୍ଥ ଦିନରେ ଭାରତ ଅନେକ କ୍ରିଡାରେ ନିଜର ପ୍ରତିଭା ପ୍ରଦର୍ଶନ କରୁଅଛି । ଭାରଉତ୍ତୋଳନ , ବନ୍ଧୁକ ଚାଳନା, ସଫ୍ଟ ଟେନିସ୍ ଭଳି ଭିନ୍ନ ଭିନ୍ନ ଖେଳ ଖେଳା ଯାଇଥିବା ବେଳେ ଭାରତ ଏଥିରୁ 4ଟି ପଦକ ହାସଲ କରିଥିଲା ।ମହିଳା ୪୯ କେଜି ଭାରଉତ୍ତୋଳନରେ ମୀରାବାଇ ଚାନୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏହା ତାଙ୍କର ଏସିଆନ ଗେମନ୍ସରେ ପ୍ରଥମ ପଦକ ଅଟେ । ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆର ରି ସୋଙ୍ଗ-ଗୁମ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ । କର୍ଣ୍ଣମ ମଲ୍ଲେଶ୍ୱରୀଙ୍କ ପରେ, ମୀରାବାଇ ଚାନୁ ଦ୍ୱିତୀୟ ଭାରତୀୟ ଭାରୋତ୍ତୋଳକ ଭାବରେ ସମସ୍ତ ପ୍ରମୁଖ ଆନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା-ଯଥା ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା, କମନୱେଲଥ୍ କ୍ରୀଡ଼ା, ବିଶ୍ୱ ଚାମ୍ପିଅନସିପ୍ ଏବଂ ଏସୀୟ ଓ କମନୱେଲଥ୍ ଚାମ୍ପିଅନସିପ୍-ରେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି ।ଏହି ପଦକ ସହ ଭାରତ ଗୋଟେ ସ୍ୱର୍ଣ୍ଣ, 4ଟି ରୌପ୍ୟ, 2ଟି ବ୍ରୋଞ୍ଚ ସହ ସର୍ବ ମୋଟ 7ଟି ପଦକ ହାସଲ କରି ପଦକ ତାଲିକାର ଅଷ୍ଟମ ସ୍ଥାନରେ ରହିଛି ।
