ଛତ୍ରପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ଆଜି ପୂରିଛି ଏକ ବର୍ଷ। ଏହାରି ଭିତରେ ପୁଣି ଅଡ଼ୁଆରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ସାକ୍ଷୀଙ୍କୁ ପ୍ରଲୋଭିତ କରିବା ଓ ଧମକ ଦେବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ତାଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଜେରା କରିଛି। ଥାନାରେ ପହଞ୍ଚି ପୁଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା କହିଛନ୍ତି ବିକ୍ରମ। ୨୦୨୫ ମସିହା ଅକ୍ଟୋବର ୬ ତାରିଖ। ରାତି ପ୍ରାୟ ୧୦ଟା ସମୟରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ତଦନ୍ତ କରି ୧୬ ଜଣଙ୍କୁ ଗିରଫ କରିଥିଲା। ଗିରଫ ତାଲିକାରେ ପୂର୍ବତନ ବିଧାୟକ, ମେୟର ଓ କର୍ପୋରେଟରଙ୍କ ଭଳି ବ୍ୟକ୍ତି ମଧ୍ୟ ସାମିଲ ଥିଲେ।ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗତ ମାସରେ ଜାମିନ ପାଇଥିଲେ। ତେବେ ଜେଲରେ ଥିବା ସମୟରେ ସାକ୍ଷୀ ମଦନଙ୍କୁ ଧମକ ଦେବା ଓ ପ୍ରଲୋଭିତ କରିବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ସେହି ମାମଲାରେ ଆଜି ବିକ୍ରମ ପଣ୍ଡାଙ୍କୁ ପୁଲିସ ପଚରାଉଚରା କରିଛି। ଆଜି ଦିନ ପ୍ରାୟ ୧୧ଟା ସମୟରେ ଗୋଷାଣୀ ନୂଆଗାଁ ଥାନାରେ ପହଞ୍ଚିଥିଲେ ବିକ୍ରମ। ଏହାପରେ ଥାନା ଅଧିକାରୀଙ୍କ ସମେତ ବ୍ରହ୍ମପୁର ଓ ସଦର SDPO ତାଙ୍କୁ ପଚରାଉଚରା କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ଜେରା। ପୁଲିସ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା କହିଛନ୍ତି ବିକ୍ରମ ପଣ୍ଡା। ତେବେ ସାକ୍ଷୀଙ୍କୁ ଧମକ ଓ ପ୍ରଲୋଭନ ଦେବା ଅଭିଯୋଗରେ ହୋଇଥିବା ଏହି ଜେରା ପରେ ତଦନ୍ତ କେଉଁ ଦିଗକୁ ଯାଉଛି,
