ସୁନ୍ଦରଗଡ଼ : ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦେଶକ, ଜଳବିଭାଜିକା ଓ ଉପନିର୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଆଜି ଭୋର ସକାଳୁ ଚଢ଼ାଉ କରିଛନ୍ତି। ପ୍ରାଥମିକ ସୂଚନା ଅନୁସାରେ ଶ୍ରୀ ପାତ୍ରଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ଏହି ଚଢ଼ାଉ କରିଛି। ଏଥିରେ ସୁନ୍ଦରଗଡ଼ ଆବାସିକ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଅଫିସ, ପୈତୃକ ବାସଭବନ ସହ ଭୁନନେଶ୍ୱରରେ ଥିବା ୩ଟି ଫ୍ଲାଟ ମଧ୍ୟ ସାମିଲ ଅଛି।
