Poznan, Poland - July 27, 2016: Worldwide some 2 billion people use alcohol, one of the most widely used recreational drugs on earth, with yearly consumption of over 6 liters of pure alcohol per person
ଭୁବନେଶ୍ୱର : ମଦକୁ ନେଇ ଗୋଟେପଟେ ବିଦ୍ରୋହ ତେଜୁଛି । ଗାଁ ଗାଁରେ ମଦ ବିରୋଧରେ ମାତୁଛନ୍ତି ମହିଳା। ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାରିଆଡ଼େ ଚାଲିଛି ବିକ୍ଷୋଭ, ବିଦ୍ରୋହ। ହେଲେ ସରକାରୀ ଉଦାସୀନତା ଯୋଗୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରିନି ଜୀବନ ନେଉଥିବା ଏହି ବିଷ। ଏହାର ପ୍ରମୁଖ କାରଣ ହେଉଛି ଅବକାରୀ ରାଜସ୍ବ। ମଦ ବାବଦକୁ ମିଳୁଥିବା ରାଜସ୍ବ ରାଜ୍ୟ ପାଣ୍ଠିକୁ ମୋଟାଅଙ୍କର ଅର୍ଥ ଦେଉଛି। କେବଳ ଏହି କାରଣରୁ ମଦକୁ ବନ୍ଦ କରିବାକୁ ସରକାରୀ ସ୍ତରରେ କେହି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ।ନାଁକୁ ମାତ୍ର ମଦ ବନ୍ଦ କରିବାକୁ ନାରା ଦେଉଥିଲେ ବି ତୃଣମୂଳ ସ୍ତରରେ ମଦ ଦୋକାନ ବନ୍ଦ କରିବାକୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେବେ ନିକଟରେ ମଦକୁ ନେଇ ଆସିଥିବା ଏକ ରିପୋର୍ଟରେ ଅବକାରୀ ରାଜସ୍ବ ବାବଦରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି। ଯାହା ରାଜ୍ୟରେ ମଦ ବିକ୍ରି ଯେ କେତେ ବଢ଼ିଛି, ତାହା ସ୍ପଷ୍ଟ କରିଛି। ଏଥିସହ ପୂର୍ବ ତୁଳନାରେ ରାଜ୍ୟ ସରକାର ଯେ ଅବକାରୀ ସୂତ୍ରରୁ କେତେ ରାଜସ୍ବ ପାଉଛନ୍ତି, ସେ ସୂଚନା ମିଳିଛି।
୨୦୦୪-୦୫ରୁ ୨୦୨୬-୨୭ ମଧ୍ୟରେ ରାଜ୍ୟରେ ଅବକାରୀ ରାଜସ୍ବ ଉଲ୍ଲେଖନୀୟ ବୃଦ୍ଧି- ୨୦୦୪-୦୫ରେ ମାତ୍ର ୩୦୭ କୋଟି ଟଙ୍କା ଥିଲା ଅବକାରୀ ରାଜସ୍ବ- ୨୦୨୬-୨୭ ଆର୍ଥିକ ବର୍ଷରେ ୩୫ ଗୁଣ ବଢ଼ି ୧୦,୯୦୦ କୋଟି ଟଙ୍କାରେ ପହଞ୍ଚିଛି- ନିଜ ସୂତ୍ରରୁ ଟିକସ ରାଜସ୍ବ ୭୮୭୩ କୋଟି ଟଙ୍କାରୁ ୧୦ ଗୁଣ ବଢ଼ି ୭୦ ହଜାର କୋଟି ହୋଇଛି- ମୋଟ ରାଜସ୍ବ ୧୧ ହଜାର ୮୫୦ କୋଟି ଟଙ୍କାରୁ ୨୦ ଗୁଣ ବଢ଼ି ୨ ଲକ୍ଷ ୪୮ ହଜାର ୫୦୦ କୋଟି ଛୁଇଁଛି- ରାଜ୍ୟର ନିଜସ୍ବ ଟିକସରୁ ମିଳୁଥିବା ଆୟ ଓ ରାଜସ୍ବ ତୁଳନାରେ ଅବକାରୀ ରାଜସ୍ବ ବୃଦ୍ଧି- ୨୦୨୪-୨୫ରେ ଆସିଥିବା ଅବକାରୀ ରାଜସ୍ବର ପ୍ରାୟ ୬୧% କେବଳ ବିଦେଶୀ ମଦରୁ ଆସିଛି- ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ମଦ ବିକ୍ରି ମଧ୍ୟ ଆଶାତୀତ ବଢ଼ିଛି,- ୨୦୧୪-୧୫ରେ ବିକ୍ରୟ କେନ୍ଦ୍ରରେ ୪୫୫.୭୦ ଲକ୍ଷ ଲିଟର ମଦ ବିକ୍ରି- ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପାଖାପାଖି ଦୁଇ ଗୁଣ ବୃଦ୍ଧି ପାଇଛିରାଜ୍ୟ ରାଜସ୍ବ ବୃଦ୍ଧିରେ ମଦ ବଡ଼ ସହାୟକ ହେଉଛି ସତ। କିନ୍ତୁ ଏହାର କୁପରିଣାମକୁ ବି ଅଣଦେଖା କରାଯାଇନପାରେ। ମଦରୁ ରାଜସ୍ବ ବଢ଼ୁଛି। ଅର୍ଥାତ୍ ରାଜ୍ୟରେ ମଦ ପିଉଥିବା ଲୋକଙ୍କ ସଂଖ୍ୟା ବି ବଢ଼ୁଛି । ଜାତୀୟ ପାରିବାରିକ ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ମଦ ବିକ୍ରି ସହ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେବଳ ବ୍ୟକ୍ତି ନୁହେଁ, ଏବେ ପିଲା ବି ମଦ ମାୟାରେ ବାୟା। କମ୍ ବୟସରୁ ପିଲାମାନେ ମନ ପ୍ରତି ଆକୃଷ୍ଟ ହେଉଛନ୍ତି। ଯାହା ରାଜ୍ୟରେ ମଦ ବିକ୍ରିକୁ ଆହୁରି ବଢ଼ାଉଛି। ଏଥିସହ ଭବିଷ୍ୟତ ପ୍ରତି ଥିବା ବିପଦ ନେଇ ମଧ୍ୟ ସୂଚାଉଛି । ରାଜ୍ୟରେ ବଢ଼ୁଛି ମଦ୍ୟପଙ୍କ ସଂଖ୍ୟା-ଓଡ଼ିଶାରେ ବଢ଼ୁଛି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା- କେବଳ ପ୍ରାପ୍ତ ବୟସ୍କ ନୁହେଁ, ନାବାଳକ ବି ପିଉଛନ୍ତି ମଦ- ୧୫ ବର୍ଷର ପିଲାଙ୍କ ମଧ୍ୟରେ ଅବକାରୀ ଦ୍ରବ୍ୟକୁ ନେଇ ବଢ଼ୁଛି ଆଗ୍ରହ – ୧୫ ବର୍ଷ ଓ ତା’ଠାରୁ ବଡ଼ ବୟସ୍କ ୨୬.୮% ପୁରୁଷ କରୁଛନ୍ତି ମଦ୍ୟପାନ- ଅର୍ଥାତ୍ ଓଡ଼ିଶାରେ ପ୍ରତି ୪ ଜଣରୁ କମ୍ ପୁରୁଷଙ୍କ ମଧ୍ୟରୁ ଜଣେ ମଦ୍ୟପାନ କରୁଛନ୍ତି- ଦେଶର ସବୁଠାରୁ ଅଧିକ ମଦ୍ୟପାନ କରୁଥିବା ୪ ରାଜ୍ୟ ମଧ୍ୟରେ ଓଡ଼ିଶା- ଅବଶ୍ୟ ପୂର୍ବ ସର୍ବେକ୍ଷଣ ତୁଳନାରେ ଏହା ୨୮.୭%ରୁ କମି ୨୬.୮%ରେ ପହଞ୍ଚିଛିଅନ୍ୟପଟେ ମଦ ପିଇବାର କୁପରିଣାମ ମଧ୍ୟ ଧୀରେ ଧୀରେ ଭୟଙ୍କର ହେବାରେ ଲାଗିଛି। ମଦ୍ୟପାନ ଯୋଗୁ ବଢ଼ୁଛି ଦୁର୍ଘଟଣା। ଫଳରେ ଅନେକ ପରିବାର ମୁରବିଶୂନ୍ୟ ହୋଇପଡ଼ୁଛନ୍ତି। ସୁନ୍ଦରଗଡ଼ରେ କିଛି ଗାଁରେ ମଦ ପିଇବା ଯୋଗୁ ଗାଁ ପୁରୁଷଶୂନ୍ୟ ହେବା ନଜିର ବି ରହିଛି। ଏଥିସହ ମଦ୍ୟପାନରୁ ଉପୁଜୁଥିବା ସ୍ବାସ୍ଥ୍ୟ ସମସ୍ୟା ବି ବ୍ୟକ୍ତିଗତ ଖର୍ଚ୍ଚ ବଢ଼ାଉଛି। ଯାହା ପରିବାର ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଉଛି। ତେଣୁ ମଦ ଯେ କେବଳ ବର୍ତ୍ତମାନ ପିଢ଼ି ପାଇଁ ବିପଦ ନୁହେଁ ବରଂ ଭବିଷ୍ୟତ ପିଢ଼ି ପାଇଁ ବି କ୍ଷତିକାରକ ପାଲଟିଲାଣି ଏହା କହିବା ଆଦୌ ଭୁଲ ହେବନି। ମଦ୍ୟପାନରୁ ମୁରବିଶୂନ୍ୟ-ମଦ ପାଇଁ ଛାରଖାର ହୋଇଯାଉଛି ଅନେକ ପରିବାର, ମୂରବିଶୂନ୍ୟ ହେଉଛି ଘର- ଭାରତରେ ମଦ୍ୟପାନ ଯୋଗୁଁ ସାମାଜିକ ଓ ରାଜନୈତିକ କ୍ଷତିର ପରିମାଣ ମୋଟ ୧୨୧ ଲକ୍ଷ କୋଟି ଟଙ୍କା- ମଦ ବିକ୍ରି ଯୋଗୁ ମିଳୁଥିବା ରାଜସ୍ବ ହିସାବରେ ମଦ୍ୟପାନ ଯୋଗୁଁ ୯୭ ଲକ୍ଷ କୋଟି ଟଙ୍କାର କ୍ଷତି ହେଉଛି- ଅର୍ଥାତ୍ ଦେଶରେ ଯେତିକି ଅବକାରୀ ରାଜସ୍ବ ମିଳୁଛି, ତା’ର ୪ ଗୁଣ ସାମାଜିକ ଓ ଆର୍ଥିକ କ୍ଷତି ହେଉଛି- ମଦ୍ୟପାନ ଦ୍ବାରା ହେଉଥିବା କ୍ଷତି ବାର୍ଷିକ ମୋଟ ଘରୋଇ ଉତ୍ପାଦର ହାରାହାରି ୧.୪୫% କ୍ଷତି ସହ ସମାନ- ୨୦୧୯ ମସିହାରେ ଭାରତରେ ମଦ୍ୟପାନଜନିତ ସ୍ବାସ୍ଥ୍ୟଗତ ବ୍ୟୟ ୬ ଲକ୍ଷ କୋଟି ଟଙ୍କା- ମଦ ବିକ୍ରିରୁ ମୋଟ ଅବକାରୀ ଶୁଳ୍କ ସଂଗ୍ରହ ମାତ୍ର ୧.୮ ଲକ୍ଷ କୋଟି ଟଙ୍କା ଥିଲା- ଯାହା ୪.୪ ଲକ୍ଷ କୋଟି ଟଙ୍କାର କ୍ଷତିକୁ ଦର୍ଶାଉଛି – ମଦ ଯୋଗୁ ଉପୁଜିଥିବା କ୍ଷତି ଯୋଗୁ ବହୁ ପରିବାର ଉଜୁଡ଼ିଯାଉଛି – ସ୍ତ୍ରୀ ନିଜ ସ୍ବାମୀକୁ ହରାଉଛି ଆଉ ବାପାକୁ ହରାଇ ଅନାଥ ହୋଇଯାଉଛନ୍ତି ପିଲା
