ତଲବଖଣ୍ଡପଡ଼ା,: ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ । ପୁରୀ ଶ୍ରୀ ମନ୍ଦିର ର ପୂଜା ନୀତି ସହ ସାମ୍ନଜ୍ୟସ ଥିବା ପ୍ରଭୁ ଶ୍ରୀ ନୀଳମାଧବଙ୍କ ଦୀର୍ଘ ବର୍ଷର ପରମ୍ପରା ତଥା ପୂଜା ନୀତିରେ ବ୍ୟତିକ୍ରମ ଘଟି ଥିବାରୁ ଶ୍ରଦ୍ଧାଳୁ, ପର୍ଯ୍ୟଟକ ବିଶେଷ କରି ନୀଳମାଧବ ପ୍ରେମୀ। ଭକ୍ତ ଓ ପୂଜକ ସମାଜ ମଧ୍ୟରେ ପ୍ରତିକ୍ରୀୟା ପ୍ରକାଶ ପାଇଛି । ତେବେ ବହୁ ବିଳମ୍ବରେ ଅର୍ଥାତ ଅପରାହ୍ନ ,୨ଟା ସମୟରେ ଠାକୁରଙ୍କ ନୀତିକାନ୍ତି ସମ୍ପର୍ନ୍ନ ହୋଇଥିବା ଦେବୋତ୍ତର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ସୂଚନା ଯୋଗ୍ୟ, ଆଜି ଶନିବାର ମହାଳୟା ତିଥିରେ ଠାକୁରଙ୍କ ନିତିକାନ୍ତି ପରିଚାଳନା କରିବା ଦାୟିତ୍ବ(ପାଳି) ହେଉଛି ପୂଜାରୀ ସ୍ୱର୍ଗତ ବାସୁଦେବ ମିଶ୍ରଙ୍କ ପୁଅ ଚିତ୍ତରଞ୍ଜନ ମିଶ୍ରଙ୍କର । ଯେହେତୁ ସେ ପୁଜାକର୍ମ ଜାଣି ନାହାନ୍ତି ସେ ଅନ୍ୟ କୌଣସି ପୁଜାକର୍ମ ଜାଣିଥିବା ପୂଜାରୀ ଦ୍ୱାରା କାର୍ଯ୍ୟ ସମ୍ପାଦନ କରିବା କଥା । ସମ୍ପୃକ୍ତ ପାଳି ତୁଲାଉଥିବା ପୂଜାରୀ ବିଧି ବ୍ୟବସ୍ଥା କ୍ରମେ ସକାଳ ୫ ଟାରୁ ମନ୍ଦିର ପହଡ଼ ଖୋଲି ଠାକୁରଙ୍କ ସ୍ନାନ ଅବକାଶ, ମଙ୍ଗଳ ଆଳତି, ସକାଳ ଧୂପ, ବଲ୍ଲଭ ଆଦି ଠାକୁରଙ୍କ ପାରମ୍ପରିକ ନୀତି ସମ୍ପନ୍ନ କରିବ । ମାତ୍ର ବିଡ଼ମ୍ବନାର ବିଷୟ ପୂଜା ପଦ୍ଧତି ଜାଣି ନଥିବ ସ୍ୱର୍ଗତ ବାସୁ ମିଶ୍ରଙ୍କ ପୁଅ ଚିତ ରଞ୍ଜନ କୌଣସି ଅଭିଜ୍ଞ ତଥା ପୂଜାରୀଙ୍କ ବିନା ସହଯୋଗରେ ନିଜେ ପହଡ ଖୋଲି ବିଧିକ୍ରମେ ମଇଲମ୍, ଅବକାଶ, ସ୍ନାନ ନିତୀ ସମ୍ପାଦନ ନକରି ଖାମଖିଆଲ ଭାବେ ନୀତି କରିଥିବା ନଜରକୁ ଆସିବା ପରେ ଶ୍ରଦ୍ଧାଳୁ ଭକ୍ତ, ପୂଜାରୀ ଵିଶେଷତଃ ନୀଳମାଧବ ପୂଜକ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ମଧ୍ୟରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ଶହ ଶହ ବର୍ଷର ପରମ୍ପରାରେ ବିଘ୍ନ ଘଟି ଠାକୁରଙ୍କ ନୀତିରେ ବିଭ୍ରାଟ ଘଟି ଥିବାରୁ ପୂଜକ ସମାଜର ସଭାପତି ଓ ସମ୍ପାଦକ ଯଥାକ୍ରମେ ନିହାର ରଞ୍ଜନ ମିଶ୍ର ଓ ମନୋ ରଞ୍ଜନ ମିଶ୍ର ଏ ସମ୍ପର୍କରେ ଦେବୋତ୍ତର ବିଭାଗକୁ ଦାୟୀ କରିବା ସହ ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାରଙ୍କୁ ଅବଗତ କରିଥିବା ଜଣାଯାଇଛି । ଏ ସମ୍ପର୍କରେ ଖଣ୍ଡପଡ଼ା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ତଥା ତହସିଲଦାର ବିଶ୍ୱବିଶୃତ୍ ତ୍ରିପାଠୀଙ୍କ ସହ ଯୋଗାଯୋଗ କରିବାରେ ପରମ୍ପରା ଅନୁସାରେ ଠାକୁରଙ୍କୁ ମହାସ୍ନାନ କରାଯାଇ ନିତିକାନ୍ତି ସ୍ୱାଭାବିକ କରାଯିବ । ଏଥିସହିତ ବିଶୃଙ୍ଖଳା ସୃଷ୍ଟି କରିଥିବା ସେବାୟତ ଚିତ ରଞ୍ଜନଙ୍କୁ କୈଫତ ତଲବ କରାଯାଇ ଆବଷ୍ୟକ ସ୍ଥଳରେ ତାଙ୍କୁ ଶସପେଣ୍ଡ କରାଯିବ ବୋଲି କହିଛନ୍ତି । ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଙ୍କ ପରାମର୍ଶ କ୍ରମେ ଅନ୍ୟ ଜଣେ ଅଭିଜ୍ଞ ପୂଜକ ରାସେଶ୍ୱର୍ ମିଶ୍ରଙ୍କ ଦ୍ୱାରା ଅପରାହ୍ନ ପ୍ରାୟ ୨ଟା ସମୟରେ ଠାକୁରଙ୍କୁ ମହାସ୍ନାନ କରାଯାଇ ପାରେ ମଙ୍ଗଳ ଆଳତୀ, ସ୍ନାନ ପୂଜା, ଅବକାଶ ନିତୀ ସମ୍ପର୍ନ୍ନ କରାଯାଇ ଦୈନନ୍ଦିନ ନିତୀ ସ୍ୱାଭାବିକ ଭାବରେ ସମ୍ପନ୍ନ ହୋଇଥିବା ଦେବୋତ୍ତର ସୁପର ଭାଇଜର ବାଇଧର ରାଉତଙ୍କ ଠାରୁ ସୂଚନା ମିଳିଛି ।(ନୀଳମାଧବ ଙ୍କ ଫଟୋ ପଠାଇଛି)
