କଟକ : ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି (ଆଇ.ସି.ପି.) ଲିଗାଲ୍ ସେଲ୍ର ଶାରଦୀୟ ଆଇନଜୀବୀ ବନ୍ଧୁ ମିଳନ କଟକ ସିଡିଏସ୍ଥିତ ନଳିନୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବନ୍ଧୁ ମିଳନ ଉପଲକ୍ଷେ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି (ଆଇ.ସି.ପି.) ଲିଗାଲ ସେଲ୍ ର ସଭାପତି ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆଇନଜୀବୀ ଭାଇ ଓ ଭଉଣୀମାନଙ୍କ ସମେତ ସମସ୍ତ ଓଡ଼ିଶାବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଯାଇଥିଲା। ମା’ ଦୁର୍ଗାଙ୍କ ଶକ୍ତି ନେଇ ମହିଷାସୁର ରୂପୀ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ଆଇନଜୀବୀମାନେ ଆହ୍ୱାନ ଦେଇଥିଲେ।ଆଡଭୋକେଟ୍ କିରଣ ରାଉତ, ସୁକାନ୍ତ କୁମାର ଶ୍ରୀଚନ୍ଦନ, ସଞ୍ଜୁକ୍ତା ମହାନ୍ତି,ମାନସୀ ମହାରଣା,ସବିତା ବେହେରା,ସରସ୍ୱତୀ ଦେବୀ,ହରିପ୍ରିୟା ସାହୁ,ମିଲନ ବେହେରା,ହେମନ୍ତ କୁମାର ମହାପାତ୍ର,ସରସ୍ୱତୀ ସେନାପତି,ଟୁକୁନା ମିଶ୍ର,ସୟଦ ଫଜଲ ଅହମଦ,ସୟଦ ଫିରୋଜ ଅହମଦ,ଗଣେଶ୍ୱର ବେହେରା,ନିରଞ୍ଜନ ଦାସ,ଅସିତ କୁମାର ଜେନା,କିଶୋର ଚନ୍ଦ୍ର ସ୍ୱାଇଁ,ସଞ୍ଜୋଜା କୁମାର ସାମନ୍ତରାୟ,ଭିକାରୀ ଚରଣ ପ୍ରଧାନ,ଅରୁଣ କୁମାର ବେହେରା,କାମିନୀ କାନ୍ତ ମହାନ୍ତି,ଅକ୍ଷୟ ନାଏକ,ବିଜୟ କୁମାର ପଣ୍ଡା ,ଚିତ୍ତରଞ୍ଜନ ଦାସ,ସତ୍ୟବ୍ରତ ମହାନ୍ତି,ପୂର୍ଣ୍ଣିମା ଭଗତ,ସୁକାନ୍ତ ଶ୍ରୀଚନ୍ଦନ,ଶର୍ମିଷ୍ଠା ନାଏକ,କପିଳ ଚରଣ ନାଏକ,ଅର୍ପିତା ପଟ୍ଟନାୟକ,ରବୀନ୍ଦ୍ର ପଟ୍ଟନାୟକ,ଅରୁଣା ଦାସନିରଞ୍ଜନ ମହାରଣା,ମୀନା କୁମାରୀ ଦାସଇତ୍ୟାଦି ଆଇନଜୀବୀ ଭାଇ ଓ ଭଉଣୀମାନଙ୍କ ସମେତ ସମସ୍ତ ଓଡ଼ିଶାବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇବା ସହ ମା’ ଦୁର୍ଗାଙ୍କ ଶକ୍ତି ନେଇ ମହିଷାସୁର ରୂପୀ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ଆହ୍ୱାନ ଦେଇଥିଲେ
