ଅସ୍ତରଙ୍ଗ : ଅସ୍ତରଙ୍ଗ ଥାନା ରେ ରୀତା ବେହେରା ନୂତନ ଥାନା ଅଧିକାରିଣୀ ଭାବେ ଯୋଗଦେଛନ୍ତି l ବିଜୟା ଦଶମୀ ଦଶହରା ଉପଲକ୍ଷେ ଅସ୍ତରଙ୍ଗ ପ୍ରେସ କ୍ଳବ ତରଫରୁ ସଭାପତି ଶରତ କୁମାର ପରିଡା ଙ୍କ ନେତୃତ୍ୱ ରେ ସମ୍ପାଦକ ବୃନ୍ଦାବନ ବିଶ୍ୱାଳ, ବରିଷ୍ଠ ସଦସ୍ୟ ପ୍ରଶାନ୍ତ ଜେନା, ହରିହର ମହାନ୍ତି, ଅନିଲ କୁମାର ବାରିକ, ତ୍ରିଲୋଚନ ବେହେରା ପ୍ରମୁଖ ଯୋଗଦେଇ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ଥାନା ଅଧିକାରିଣୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ପ୍ରେସ କ୍ଳବ ପକ୍ଷରୁ ଚୋରା ମଦ, ରାହାଜାନି, ଧଳାଜହର, ଟ୍ରାଫିକ ସମସ୍ୟା,ରାତ୍ର ପେଟ୍ରୋଲିଙ୍ଗ, ମହିଳାଙ୍କୁ ସୁରକ୍ଷା ପ୍ରଭୃତି ସମସ୍ୟା ଉପରେ ଦାବି ହୋଇଥିଲା l ସମସ୍ତଙ୍କ ସହଯୋଗ ରହିଲେ ସମସ୍ତ ଦାବି ଉପରେ ଗୁରୁତ୍ୱ ଦେବି ବୋଲି ଥାନା ଅଧିକାରିଣୀ ପ୍ରତକ୍ରିୟା ଦେଇଥିଲେ l ଅସ୍ତରଙ୍ଗ ବ୍ଲକ ବିଜେଡି ର ବରିଷ୍ଠ ନେତା ଓ ବିଜେପି ର ବରିଷ୍ଠ ନେତୃ ମଣ୍ଡଳୀ ଥାନା ଅଧିକାରିଣୀ ଙ୍କୁ ସ୍ୱାଗତ କରିଥିଲେ l
