ଖଣ୍ଡପଡ଼ା : ଚଳିତ ବର୍ଷ ଦଶହରା ପର୍ବ ଯୋଗୁଁ ଉତ୍ସବମୁଖର ହୋଇ ଉଠିଛି ଖଣ୍ଡପଡ଼ା ବ୍ଲକ ଅଧୀନ ଖଳିସାହି ଗ୍ରାମ।ଖଳିସାହି ଗ୍ରାମର ୫ ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣୟ ମୂର୍ତ୍ତି ପୂଜା ପାଉଛନ୍ତି।ପୂଜା ମଣ୍ଡପରେ ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ଦର୍ଶକମାନଙ୍କ ମନ ଛୁଇଁ ପାରିଥିବା ବେଳେ ମା’ ଙ୍କ ଦର୍ଶନ ନିମନ୍ତେ ସଂନ୍ଧ୍ଯା ସମୟରେ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି।ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପ ସମେତ ଖଳିସାହି ଗ୍ରାମର ଗଳିକନ୍ଧି ରାସ୍ତା ଝଲସି ଉଠୁଛି। ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ନିମନ୍ତେ ଖଣ୍ଡପଡ଼ା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାଯାଇଛି।ରାତ୍ର କାଳରେ ପୂଜା ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ଆସନ୍ତା ୨୩ ତାରିଖ ଶୁକ୍ରବାର ଅପରାହ୍ନରେ ଜଗତଜନନୀ ମା’ ଦୁର୍ଗାଙ୍କର ଭଷାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଭିନ୍ନ ପୂଜା କମିଟିର ସଦସ୍ଯମାନଙ୍କ ଠାରୁ ପ୍ରକାଶ।(ଫଟୋ ପଠାଇଛି)
