ଯୋଡ଼ା :-ଗୁଡ଼େ ଦିନ ବିତିବା ପରେ ଏକ ଉଚିତ ନିଷ୍ପତି ଗ୍ରହଣ କରିବାକୁ ଯାଉଛି ଖଣିବିଭାଗର ଅନେକ ଜଣ ବିଭାଗୀୟ ବୋଲି ସମଗ୍ର ଅଞ୍ଚଳର ବିଭିନ୍ନ ମହଲରେ ଏବେ ସ୍ୱାଗତ ଯୋଗ୍ୟର ବିଷୟ ପାଲଟିଛି।ତେବେ ଘଟଣା ଅନୁଯାୟୀ ବଡ଼ବିଲ ସହରସ୍ଥିତ ଜଣାଶୁଣା କମ୍ପାନୀ ମେଟାଲିକରୁ ଆସୁଥିବା ସମସ୍ତ ଦୁର୍ଲଭ ତଥା ଦାମୀ ସାମଗ୍ରୀକୁ ବର୍ଜନ କରିବା ନିମନ୍ତେ ଚୂଡାନ୍ତ ନିଷ୍ପତି ନେଇଛନ୍ତି ସରକାରୀ ଖଣି ଅଫିସରଙ୍କ ଠାରୁ ଆରମ୍ଭ କରି ଖଣି କର୍ମଚାରୀ। ହେଲେ ସାମଗ୍ରୀ ପାଇବାରୁ କଦାପି ବିଚ୍ୟୁତ ହେବାକୁ ରାଜି ନୁହଁନ୍ତି କେବଳ ସରକାରୀ ଯୋଡ଼ା ଲାବ ବିଭାଗୀୟ ଆସିଷ୍ଟାଣ୍ଟ କେମିଷ୍ଟ ସସ୍ମିତା ବେହେରା ଏବଂ ଟ୍ରେ-ଚୋର ସ୍ୱାଧୀନ ବେହେରା ବୋଲି ଲଜ୍ୟାଜନକ ବିଷୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରୁଥିବା ବେଳେ ଗୁପ୍ତ ବିଶ୍ଵସ୍ଥସୂତ୍ର ଅନୁଯାୟୀ ମେଟାଲିକ ଅନୁଷ୍ଠାନ ପକ୍ଷରୁ ରୀତିମତ ଖଣିବିଭାଗର ତତ୍କାଳୀନମାଇନିଙ୍ଗ ଅଫିସର ଦୀପକ ଧୃବା ଏବଂ ଖଣି ଉପ-ନିର୍ଦ୍ଦେଶକ ଅଣଓଡ଼ିଆକୁ ଯେପରି ରୋଷେଇଆ ଠାରୁ ଆରମ୍ଭ କରି,ମାସିକିଆ ଏବଂ ଦାମୀ ଗାଡିର ସମସ୍ତ ବନ୍ଦୋବସ୍ତ ମିଳିଆସୁଥିଲା।ହେଲେ କମ୍ପାନୀର ଦାୟୁତ୍ୱରେ ରହିଥିବା ଶର୍ମା ଏବଂ ଜଣିଏ ଥାର୍ଡ଼କ୍ଲାସ ଦଲାଲଙ୍କ ଅପପ୍ରଚାର ସମୟ କ୍ରମେ ବ୍ୟାପକ ଫଳରେ,ବର୍ତମାନର ଅବସ୍ଥାପିତ ଅଧିକାରୀ ବ୍ୟତୀତ ସମସ୍ତ ଖଣିବିଭାଗୀୟ ଉକ୍ତ ଅପପ୍ରଚାର ବ୍ୟାପକ ହେଉଥିବା ଲୋକଲଜ୍ୟା ଭୟରେ,ମେଟାଲିକରୁ ଆସୁଥିବା ସମସ୍ତ ସୁବିଧା’ସୁଯୋଗ, ମାସିକିଆ,ସାମଗ୍ରୀକୁ ବର୍ଜନ କରିବାକୁ ଚୂଡାନ୍ତ ନିଷ୍ପତି ଗ୍ରହଣ କରିଥିବାର ଏକ ଗୁପ୍ତ ସୂଚନାରୁ ଯାହା ଜଣାପଡେ।ତେବେ ଦେଖାଯାଉ କମ୍ପାନୀର ଉକ୍ତ ଦୁଇ ଦଲାଲ ଶ୍ରେଣୀ କାର୍ଯ୍ୟ ହାସଲ ନିମନ୍ତେ ଖଣି ବିଭାଗୀୟଙ୍କୁ କିପରି ଆକୃଷ୍ଟ କରି,ବେଆଇନ କାର୍ଯ୍ୟ କରିବା ସାକାର କରିବା ହେଉଛି ଯାହାକୁ ଆଗାମୀ ଦିନରେ ଖୁଲାସା ନିମନ୍ତେ ରିସର୍ଚ୍ଚ-ଲାବୋରଟରୀ ବିଭାଗୀୟଙ୍କ ବେସ ଡିମାଣ୍ଡ ରହିଛି।
