ପୁରୁଷୋତ୍ତମପୁର : ,ପୁରୁଷୋତ୍ତମପୁର (ଗଞ୍ଜାମଜ଼ିଲ୍ଲା) ଏନଏସିର ସ୍ଲମ ଅଞ୍ଚଳ ର 50 ଗୋଟି କଚା ଘର ଥିବା ପରିବାର କୁ କନକା ସ୍କୁଲ ରେ ବାତ୍ୟା ଅର୍ଣ୍ଣବସରିବା ପର୍ଯ୍ୟନ୍ତ ଆଶ୍ରୟ ଦେଇଥିଲେ ଏନଏସି ଅଧକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ | ସେମାନଙ୍କୁ ସ୍କୁଲ ରେ ସବୁ ପ୍ରକାର ବ୍ୟବସ୍ତା କରିଥିବାର କହିଛନ୍ତି ଆଶ୍ରୟ ବ୍ୟକ୍ତି ମାନେ | ଏନଏସି ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ତା କରା ଯିବା ସହ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଦେବାର ପ୍ରଶାସନ ଦ୍ୱାରା କରାଯାଇଛି |କୌଣସି ଲୋକ ବର୍ଷା ଓ ବାତ୍ୟା ସମୟରେ ଜିରୋ କାଜୁଆଲିଟି ରେ ଯେପରି ଉପକୃତ ହେବେ ସେଥିପାଇଁ ଏନଏସି କର୍ତ୍ତୃପକ୍ଷ ବ୍ୟବସ୍ତା କରିଥିବାର କହିଛନ୍ତି ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଓ କାର୍ଯ୍ୟ ନିର୍ବାହୀ | ଅଧିକାରୀ ଅଜିତ କୁମାର ପଟନାୟକ | ଏମାନଙ୍କ ସହ ସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ ନାୟକ ମଧ୍ୟ ସବୁ ପ୍ରକାର ସହଯୋଗ କରିଥିଲେ |ଏହା ସହ ଯେଇ,ସାର ଙ୍କ ସହ ସତୀଶ କୁମାର ପାଣିଗ୍ରାହୀ, ସିଓ ମେଡମ ରଞ୍ଜିତା ପଣ୍ଡା, ଅସିତ କୁମାର କୁମାର ପାତ୍ର, ବଲଭଦ୍ର ନାୟକ, ପ୍ରମୁଖ ସହଯୋଗ କରିଥିଲେ |
