Oplus_16908288
ଅମରାବତୀ,SAMAJAINA : ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ‘ମୁରାସୁ’ର ପ୍ରଭାବ ଆରମ୍ଭ ହୋଇଛି। ଓଙ୍ଗୋଲ ନିକଟ ଦକ୍ଷିଣ ଉପକୂଳ ଅଞ୍ଚଳରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରଭାବରେ ଚିରାଲା ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହୁଛି। ପ୍ରବଳ ପବନ ଯୋଗୁ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଖବର ମିଳିଛି। ବାତ୍ୟାର ଗତିବିଧି ଓ ଲ୍ୟାଣ୍ଡଫଲ ସ୍ଥିତି ଉପରେ ପାଣିପାଗ ବିଭାଗ ନଜର ରଖିଛି।ବାତ୍ୟାକୁ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ ସମେତ ୫ଟି ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ବାତ୍ୟାର ମୁକାବିଲା ପାଇଁ ୫ଟି ରାଜ୍ୟରେ ଏନ୍ଡିଆର୍ଏଫ୍ର ୩୭ଟି ଟିମ ମୁତୟନ କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳର ସ୍କୁଲଗୁଡ଼ିକୁ ବନ୍ଦ ରଖାଯାଇଛି। ଏହାସହ ବାତ୍ୟାର ପ୍ରଭାବରେ ଏଯାଏ ୧୯ଟି ବିମାନ ଉଡ଼ାଣ ବାତିଲ କରାଯାଇଛି।ବାତ୍ୟା ଉପକୂଳ ଅତିକ୍ରମ କରିବା ପରେ ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ପାଗ ଅସ୍ବାଭାବିକ ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ସମ୍ପୂର୍ଣ୍ଣ ଭାବେ ଉପକୂଳ ଅତିକ୍ରମ କରିବା ପରେ ଧୀରେ ଧୀରେ ବର୍ଷାର ପ୍ରକୋପ କମିବ। ଏହି ସମୟରେ ଉପକୂଳବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
