ଭୁବନେଶ୍ୱର: ପ୍ରବଳ ବର୍ଷା କାରଣରୁ ଦକ୍ଷିଣ ଓଡ଼ିଶା ବିଶେଷକରି ଗଞ୍ଜାମ ଜିଲ୍ଲାରେ ଅସମ୍ଭବ, ଭୟାବହ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟ ସରକାର, ଜଳ ସମ୍ପଦ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନର ଦୋଷ ଦୁର୍ବଳତାକୁ ନେଇ ଏବେ ଚାରିଆଡ଼ୁ ଅଙ୍ଗୁଳି ଉଠୁଛି। ବେପରୁଆ ମନୋଭାବ ଏବଂ ଖାମଖିଆଲି ମନୋଭାବ କାରଣରୁ ଗଞ୍ଜାମ ବିପର୍ଯ୍ୟୟ ପରିସ୍ଥିତିର ସମ୍ମୁଖୀନ ହେଲା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତଙ୍କ ଅପାରଗତା ଓ ଦୂର ଦୃଷ୍ଟି ଅଭାବ ଯୋଗୁ ଲକ୍ଷ ଲକ୍ଷ ଲୋକ ଦୁର୍ଦଶା ଭୋଗିଲେ, ତୁରନ୍ତ ସରକାର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତଙ୍କୁ ପଦବୀରୁ ହଟାଇବା ସହିତ ଜଣେ ଦକ୍ଷ ଯନ୍ତ୍ରୀଙ୍କୁ ସର୍ବୋଚ୍ଚ ଯନ୍ତ୍ରୀ ପଦବୀ ରେ ବସାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି,ଏପରିସ୍ଥଳେ ବିଜେଡି ନେତ୍ରୀ ସୁଜାତା ରାଉତ ଗଞ୍ଜାମ ଜିଲ୍ଲାରେ ଜଳ ପରିଚାଳନା ଏବଂ ବନ୍ୟା ମୁକାବିଲାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ଜାରି ସତ୍ତ୍ବେ ଡ୍ୟାମ୍, କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ଚେକ୍ ଡ୍ୟାମ୍ ପରିଚାଳନାରେ ଗୁରୁତର ତ୍ରୁଟି କାରଣରୁ ଗଞ୍ଜାମ ଏତେବଡ଼ କ୍ଷତି ସହିଲା ବୋଲି ସୁଜାତା କହିଛନ୍ତି। ଏହି ମାନବକୃତ ତ୍ରୁଟି ଓ ଅକ୍ଷମଣୀୟ ଅବହେଳା ପାଇଁ ଦାୟୀ କିଏ? ଦିଲୀପ ରାଉତ ପରି ଜଣେ ଅପାରଗ, ନିକମା ଯନ୍ତ୍ରୀଙ୍କୁ ବିଜେପି ସରକାର କାହିଁକି ସର୍ବୋଚ୍ଚ ଯନ୍ତ୍ରୀ ପଦବୀରେ ବସାଇ ଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି, ମୁଖ୍ୟମନ୍ତ୍ରୀ ନିଜ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ଙ୍କୁ ତୁରନ୍ତ ହଟାଇବକୁ ଦଳ ମତ ନିର୍ବିଶେଷରେ ସବୁ ମହଲରୁ ଦାବି ହେଉଛି, ସରକାର ନୂତନ ସର୍ବୋଚ୍ଚ ଦକ୍ଷ ସର୍ବୋଚ୍ଚ ଯନ୍ତ୍ରୀ ନିଯୁକ୍ତି କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି,ଲକ୍ଷ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶାର ଜବାବ ବିଜେପି ସରକାର ଦେବ କି ବୋଲି ସେ ପ୍ରଶ୍ନ କରିଛନ୍ତି।ସାମାଜିକ ଗଣମାଧ୍ୟମ ଏକ୍ସରେ ଉଲ୍ଲେଖ କରି ସୁଜାତା କହିଛନ୍ତି ଯେ ଅକ୍ଟୋବର ୨୩ ତାରିଖରୁ ହିଁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କ ସୂଚନା ଜାରି ହୋଇଥିଲା। ଏପରିକି ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସୂଚନା ମିଳିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା। ଯାହା ଜଣାପଡୁଛି,୨୮ ତାରିଖରେ ଭଞ୍ଜନଗର, ସୋରଡ଼ା ଏବଂ ଧନେଇ ଜଳଭଣ୍ଡାର ପ୍ରାୟ ୮୦ ପ୍ରତିଶତ ପୂର୍ଣ୍ଣ ଥିଲା। ପ୍ରବଳ ବର୍ଷା ଯୋଗୁଁ ହଠାତ୍ ଜଳପ୍ରବାହ ବୃଦ୍ଧି ପାଇବା ପରେ ହିଁ ଜଳଭଣ୍ଡାରଗୁଡ଼ିକର ଗେଟ୍ ଖୋଲାଗଲା। ତାହା ପୁଣି ତଳିଆ ଅଞ୍ଚଳର ଲୋକଙ୍କୁ କୌଣସି ଆଗୁଆ ସତର୍କ ସୂଚନା ନଦେଇ ବୋଲି ସୁଜାତା ଉଲ୍ଲେଖ କରିଛନ୍ତି। ଏହାର ପରିଣାମ ସ୍ୱରୂପ ଗଞ୍ଜାମବାସୀଙ୍କ ପାଇଁ ଭୟଙ୍କର ବିପର୍ଯ୍ୟୟ ଆସିଲା। କେବେ ଦେଖିନଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହେଲା, ବ୍ୟାପକ ଧନଜୀବନ ନଷ୍ଟ ହେଲା। ଦୁଃଖର କଥା, ସେହି ଭୁଲ୍ ନିଷ୍ପତ୍ତି ଲକ୍ଷ ଲକ୍ଷ ଲୋକଙ୍କୁ ଅକଥନୀୟ ଯନ୍ତ୍ରଣା ଦେବା ସହ ସେମାନଙ୍କର ବିପୁଳ କ୍ଷତି ଘଟାଇଲା। ଋଷିକୂଲ୍ୟା ନଦୀ ଅବବାହିକାରେ ଅନେକ ମଧ୍ୟମଧରଣର ଜଳଭଣ୍ଡାର ସହିତ ଶହ ଶହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଡାଇଭର୍ସନ୍ ୱିୟର୍ ଏବଂ ଚେକ୍ ଡ୍ୟାମ୍ ରହିଛି। ହେଲେ ସେଗୁଡ଼ିକରୁ କାହିଁକି ଆଗୁଆ ଆବଶ୍ୟକ ପରିମାଣର ଜଳ ନିଷ୍କାସନ କରାଗଲା ନାହିଁ? ବନ୍ୟା କିମ୍ୱା ବାତ୍ୟା ପରିସ୍ଥିତିର ମୁକାବିଲା ସମୟରେ ଏହା ଜଳସମ୍ପଦ ବିଭାଗର ଏକ ନିୟମିତ କାର୍ଯ୍ୟପଦ୍ଧତି ଅଟେ ବୋଲି ଶ୍ରୀମତି ରାଉତ କହିଛନ୍ତି। ତେଣୁ ବିପର୍ଯ୍ୟୟ ସମୟରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କଣ କରୁଥିଲେ ଏଭଳି ଗୁରୁତର ଅବହେଳା ଏବଂ ଏବେ ଲୋକମାନେ ଯେଉଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି, ସେଥିପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ଦାୟୀ ତେଣୁ ଅପାରଗ ଯନ୍ତ୍ରୀ ଦିଲୀପ ରାଉତଙ୍କୁ ପଦବୀରୁ ହଟାଇବା କୁ ଦାବି ଉଠୁଛି , ରାଜ୍ୟ ସରକାର ତା’ର ଜବାବ ଦେବେକି ବୋଲି ସୁଜାତା ପ୍ରଶ୍ନ କରିଛନ୍ତି।
