ରାଜନୀତି

ଆଜି ଆସିବେ ରାହୁଲ, ଖାର୍ଗେ

Spread the love

ଭୁବନେଶ୍ୱର,: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଶୁକ୍ରବାର ଆୟୋଜିତ ହେବ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ। ଏଥିରେ ଯୋଗଦେବେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ। ସମାବେଶକୁ ସଫଳ କରିବାପାଇଁ କଂଗ୍ରେସ ନେତୃବୃନ୍ଦ ଦିନରାତି ଏକାଠି କରିଦେଇଛନ୍ତି। ତୃଣମୂଳସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁଆଡ଼େ ପୋଷ୍ଟର ବ୍ୟାନର ଛାଇଗଲାଣି। ହେଲେ ଏତିକି ବେଳେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସମାବେଶରେ କେଁ କରିବ ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ରାଜନୈତିକ ବାଦ ବିବାଦ ଲାଗି ରହିଛି। ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟରେ ବଢ଼ିଚାଲିଥିବା ନାରୀ ନିର୍ଯାତନା, କୃଷକ ଅବହେଳାଠାରୁ ଆରମ୍ଭ କରି ଆଦିବାସୀ ଓ ପଛୁଆବର୍ଗଙ୍କୁ ସରକାରଙ୍କ ପକ୍ଷପାତିତା ସହିତ ହଇଜା ଓ ଅପପୁଷ୍ଟି ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛି। ଏତିକିବେଳେ ରାହୁଲଙ୍କ ଗସ୍ତ ରାଜ୍ୟ କଂଗ୍ରେସକୁ କିଭଳି ବରଦାନ ହେଉଛି ତାକୁ ନେଇ ରାଜନୈତିକ ମହଲରେ ଉତ୍ସୁକତାର ସହ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!