ଦେଶ-ବିଦେଶ

ନିଜ ମା’କୁ ହିଁ ବାହା ହେଇଗଲା ପୁଅ

Spread the love

ନୂଆଦିଲ୍ଲୀ, : ହରିୟାଣାର ନୂହ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ତାଙ୍କ ମା’ଙ୍କୁ ବିବାହ କରିଛନ୍ତି। ଏପର୍ଯ୍ୟନ୍ତ ଆପଣ ଭାଇ-ଭଉଣୀ ଖୁଡି-ପୁତୁରା ପିଇସୀ-ପୁତୁରାଙ୍କ ବିବାହର ଖବର ଜାଣିଥିବେ, କିନ୍ତୁ ହରିୟାଣାର ନୁହରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।ପ୍ରକୃତରେ,ହରିୟାଣାର ଜଣେ ମହିଳା ତାଙ୍କ ନିଜ ପୁଅକୁ ବିବାହ କରିଛନ୍ତି। କୁହାଯାଉଛି ଯେ ମହିଳା ଯାହାଙ୍କୁ ବିବାହ କରିଛନ୍ତି ସେ ତାଙ୍କର ନାବାଳକ ପୁଅ ଓ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଅବୈଧ ସମ୍ପର୍କ ଥିଲା। ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଓ କୋର୍ଟରେ ବିବାହ କରିଥିଲେ। ଏବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, କିନ୍ତୁ ଉଭୟ ପ୍ରାପ୍ତବୟସ୍କ ଜଣାପଡ଼ିବା ପରେ ପୋଲିସ ଉଭୟଙ୍କୁ ଛାଡି ଦେଇଛି।ସୂଚନା ଅନୁଯାୟୀ, ହରିୟାଣାର ନୁହ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ବ୍ୟକ୍ତି ଜଣଙ୍କ ଦ୍ୱିତୀୟ ବିବାହ କରିଥିଲେ ଓ ତାଙ୍କ ନାବାଳକ ପୁଅ ସହିତ ଘରେ ରହିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ନାବାଳକ ପୁଅ ଓ ସାବତ ମାଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ପରେ, ଉଭୟ ଘରୁ ପଳାଇ ଯାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ଘରୁ ଅଳଙ୍କାର ଓ ଅନେକ ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ ଯାଇଥିଲେ ଏବଂ କୋର୍ଟରେ ବିବାହ କରିଥିଲେ।ପୀଡିତାଙ୍କ ସୱାମୀ ପୋଲିସରେ ଅଭିଯୋଗ କରି କହିଛନ୍ତି ତାଙ୍କ ପୁଅ ତାଙ୍କ ସାବତ ମାଆଙ୍କ ପାଦ ଛୁଇଁ ପ୍ରଣାମ କରୁକରୁ କେବେ ଯେ ପ୍ରେମରେ ପଡ଼ିଲେ, ଜଣାପଡିନଥିଲା । ବାପା ପୋଲିସକୁ କହିଛନ୍ତି ଯେ ଦୁହେଁ ଘରୁ ୩୦ ହଜାର ଟଙ୍କା, ଅଳଙ୍କାର ଓ ଅନେକ ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ ଯାଇଛନ୍ତି। ତଥାପି, ପୋଲିସ ବ୍ୟକ୍ତିଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଉଭୟ କୋର୍ଟରେ ସେମାନଙ୍କର ପ୍ରାପ୍ତବୟସ୍କ ହେବାର ପ୍ରମାଣ ଦେଇଛନ୍ତି ଓ ଏବେ ଉଭୟ ବିବାହିତ। ତଥାପି, ପୋଲିସ କହିଛି ଯେ ଏହି ମାମଲାର ତଦନ୍ତ କରାଯିବ।

Leave a Reply

Your email address will not be published. Required fields are marked *

error: Content is protected !!