ରାଜ୍ୟ

କରୁଥିଲେ କେନାଲ କାମ: ପଡ଼ିଲା ବଜ୍ରପାତ

Spread the love

ନୀଳଗିରି, ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ବରହମପୁର ଥାନା ରାଇପାଳ ଅଞ୍ଚଳରେ ଏକ ଅଘଟଣ ଘଟିଛି। କେନାଲ କାମ ଚାଲିଥିବା ବେଳେ ଶନିବାର ବଜ୍ରପାତ ଘଟି ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ଜଣେ ଜେଶିବି ଅପରେଟର ବୋଲି ଜଣାପଡିଛି।ମୃତକ ହେଲେ ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅଧୀନ ଅଶୋକନାଳ ଗ୍ରାମର ମାମି ସିଂ(୩୦), ବଢେଇପଲା ଗ୍ରାମର ଆଲାମଣି ସିଂ(୫୦) ଓ ବସ୍ତା ଥାନା ଅଧୀନ ନଳବାହାର ଅଞ୍ଚଳର ଜେଶିବି ଅପରେଟର ଅଜିତ କୁମାର ହାଜିରା(୨୮)।ମିଳିଥିବା ସୂଚନା ମୁତାବକ, ରାଇପାଳ ନିକଟରେ କେନାଲ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକମାନେ ନିୟୋଜିତ ହୋଇଛନ୍ତି। ଶନିବାର ଅପରାହ୍ନରେ ହଠାତ ବର୍ଷା ହେବାରୁ ଶ୍ରମିକମାନେ ନିକଟସ୍ଥ କ୍ୟାମ୍ପକୁ ଚାଲି ଆସିଥିଲେ। ସେଠାରେ ୧୦ରୁ ଊଦ୍ଧର୍‌ବ ଶ୍ରମିକ ଛିଡ଼ା ହୋଇଥିବା ବେଳେ ହଠାତ ବଜ୍ରପାତ ଘଟିଥିଲା।ଫଳରେ ୩ଜଣ ଶ୍ରମିକ ଚେତାଶୂନ୍ୟ ହୋଇପଡିଥିବା ବେଳେ ୨ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ବରହମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

error: Content is protected !!