SAMAJAINA

ଏଫଏମ ପ୍ରିନ୍ସପାଲଙ୍କ ଖୋଲିଲା ପୋଲ୍‌, ହେଲା ସାଂଘାତିକ ଖୁଲାସା

Spread the love

ବାଲେଶ୍ୱର,: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି । ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ସୁପାରିସ ଅନୁସାରେ ପଦକ୍ଷେପ ନିଆଯାଇଥାନ୍ତା, ତାହେଲେ ହୁଏତ ଏଭଳି ଘଟଣା ଘଟିନଥାନ୍ତା । ଏହାର ଅର୍ଥ ହେଉଛି, କମିଟିର ରିପୋର୍ଟକୁ ଚାପି ଦେଇଥିଲେ କଲେଜର ଅଧ୍ୟକ୍ଷ ।ଅଭିଯୋଗ ଆସିବା ପରେ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏହାର ତଦନ୍ତ କରିଥିଲା। ଏବଂ ତଦନ୍ତରେ ସେମାନେ ଜାଣିବା ପାଇଁ ପାଇଥିଲେ ଯେ, ବିଭାଗୀୟ ମୁଖ୍ୟ ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା। ତାଙ୍କୁ ଏଚଓଡି ପଦରୁ ପରିବର୍ତ୍ତନ କରିବା ପାଇଁ ସୁପାରିସ କରାଯାଇଥିଲା। ଏହା କରିଥିଲେ ପୀଡ଼ିତା ଛାତ୍ରୀ ଜଣଙ୍କ ଖୁସି ହୋଇଥା’ନ୍ତେ ଏବଂ ଏଭଳି ପଦକ୍ଷେପ ନେଇ ନଥା’ନ୍ତେ ବୋଲି କମିଟିର ଜଣେ ସଦସ୍ୟ ମିନତୀ ସିରି ସୂଚନା ଦେଇଛନ୍ତି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମଧ୍ୟ ଅନୁଭବ କରିଥିଲା ପରୀକ୍ଷା ଦେବାରୁ ଛାତ୍ରୀ ଜଣଙ୍କୁ ନିବୃତ୍ତ ରଖିବା ଏକ ର୍ନିଯାତନା ଥିଲା।ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ରିପୋର୍ଟ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଦିଲ୍ଲୀପ ଘୋଷ କୌଣସି ପଦକ୍ଷେପ ନନେଇ ଏଚଓଡି ସମୀର ସାହୁଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ।ତେବେ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା। ଏନେଇ ସହଦେବ ଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି। BNS ଦଫା 75, 79, 108, 351(2), 3(5) ଲାଗିଛି ଦଫା। ଏଥିସହ ଯୌନ ର୍ନିଯାତନା, ମହିଳାଙ୍କ ସମ୍ମାନହାନି ଦଫା ଲାଗିଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ଧମକ ଦେବା ଭଳି ମଧ୍ୟ ଦଫା ଲାଗିଛି।ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେବା ପରେ ବି କାହିଁକି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ତାଙ୍କ ବିରୋଧରେ ପଦକ୍ଷେପ ନେଇ ନଥିଲେ, ଏଥିସହ ଏଚଓଡି ସମୀର ସାହୁଙ୍କୁ କଲେଜ ଆସିବାକୁ ବାରଣ ମଧ୍ୟ କରି ନଥିଲେ। ଏହା ଫଳରେ ସମୀର ସାହୁ ନିୟମିତ ଭାବେ କଲେଜ ଆସି ଛାତ୍ରୀଙ୍କ ଅଭିଯୋଗର ତଦନ୍ତକୁ ପ୍ରଭାବିତ କରିଥିଲେ ସାଂଘାତିକ ଖବର ଜାଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!