ଅପରାଧ

ବର୍ଷେ ହେବ ଚାକିରି ପାଇଥିଲେ, ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ଜାଲରେ ଫସିଗଲେ ଜେଆର୍‌ଏ

Spread the love

ଭୁବନେଶ୍ୱର,:ଭୁବନେଶ୍ୱର ଉପଜିଲାପାଳ ଅଫିସ ସ୍ବତନ୍ତ୍ର ସାର୍ଟିଫିକେଟ୍‌ ସେକ୍ସନ୍‌ର କନିଷ୍ଠ ରାଜସ୍ବ ସହାୟକ (ଜେଆର୍‌ଏ)) ସୌରଭ ତ୍ରିପାଠୀ ଶୁକ୍ରବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କଠାରୁ ୩୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୧୭/୨୦୨୫) ରୁଜୁ କରାଯାଇ ସୌରଭଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗକୁ ନେଇ ସୌରଭଙ୍କ ଅଫିସ ଚାମ୍ବର ଓ ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟୀସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ଦିଆଯାଇଛି। ତେବେ ସୌରଭଙ୍କୁ କୋର୍ଟଚାଲାଣ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।ଅନୁସାରେ, ଅଭିଯୋଗକାରୀଙ୍କ ଜମି ପ୍ରମାଣପତ୍ର ନେଇ ପଞ୍ଜୀକୃତ ଏକ ମାମଲା ବହୁଦିନ ଧରି ପେଣ୍ଡିଂ ରହିଥିଲା। ବହୁବାର ଏନେଇ ଅଭିଯୋଗକାରୀ ଅନୁରୋଧ କରୁଥିଲେ ମଧ୍ୟ ସୌରଭ ଫାଇଲ ପ୍ରକ୍ରିୟା ପାଇଁ ଦିନ ଗଡ଼ାଇ ଚାଲିଥିଲେ। ଏଥିପାଇଁ ୩୦ ହଜାର ଟଙ୍କା ଲାଞ୍ଚ ଦେଲେ ଫାଇଲ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସେ ରୋକଠୋକ୍‌ କହିଦେଇଥିଲେ। ଶେଷରେ ଏନେଇ ଅଭିଯୋଗକାରୀ ଗୁରୁବାର ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯିବା ସହ ସୌରଭଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଶୁକ୍ରବାର ଅପରାହ୍ନରେ ଅଭିଯୋଗକାରୀଙ୍କଠାରୁ ଅଫିସରେ ସୌରଭ ଟଙ୍କା ନେଇ ପ୍ୟାଣ୍ଟ ପକେଟ୍‌ରେ ରଖିଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଧରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!