ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜମି କିଣିବା ହେବ ମହଙ୍ଗା
ଚଣ୍ଡୀଗଡ଼, : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟରେ ସରକାର କଲେକ୍ଟର ରେଟ ବା ସର୍କଲ ରେଟେର ବୃଦ୍ଧିକୁ ଅନୁମୋଦନ କରିଛନ୍ତି, ଯାହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଯଦି ଆପଣ ଏହି ରାଜ୍ୟରେ ସମ୍ପତ୍ତି କିଣିବା ପାଇଁ ଭାବୁଛନ୍ତି, ତେବେ ଜମିର ରେଜିଷ୍ଟେସନ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯିବ। ଆଜ୍ଞା ହଁ, ଏଠାରେ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ସରକାରଙ୍କ ନୂଆ ନିର୍ଦ୍ଦେଶ ପରେ, ଏହି ନୂଆ ଦର ଲାଗୁ ହେବ, ଯାହାକୁ ୫% ବୃଦ୍ଧି କରି ୨୫% କରାଯାଇଛି।ଏହି ନୂଆ ନିଷ୍ପତ୍ତି ଅନୁଯାୟୀ, ଗୁରୁଗ୍ରାମ, ଫରିଦାବାଦ ଏବଂ ବଲ୍ଲଭଗଡ଼ ପରି ଉଚ୍ଚ ମୂଲ୍ୟର ଅଞ୍ଚଳରେ ସମ୍ପତ୍ତିର ମୂଲ୍ୟ ୫% ରୁ ୨୫% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ଫଳରେ ଘର କିଣୁଥିବା ବ୍ୟକ୍ତି ଏବଂ ନିବେଶକମାନଙ୍କୁ ଅଧିକ ନିବନ୍ଧନ ଶୁଳ୍କ ଦେବାକୁ ପଡିବ। ତେବେ ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଫି ସର୍କଲ୍ ରେଟ୍ ଆଧାରରେ ସ୍ଥିର କରାଯାଏ। ଯାହା ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ ।ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ହରିୟାଣାରେ ରହୁଛନ୍ତି, ଏବଂ ସମ୍ପତ୍ତି କିଣିବା ପାଇଁ ଭାବୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପକେଟ ଉପରେ ଏକ ବଡ଼ ବୋଝ ପଡ଼ିବ। କାରଣ ୧ ଅଗଷ୍ଟ ୨୦୨୫ ଠାରୁ, ରାଜ୍ୟରେ ଜମିର ପଞ୍ଜୀକରଣ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯାଇଛି। ଏହି ବୃଦ୍ଧି ଯୋଗୁ ସବୁଠାରୁ ମହଙ୍ଗା ଆବାସିକ ଅଞ୍ଚଳରେ ପରିଣତ କରିଛି, ଯେଉଁଠାରେ ପ୍ରତି ବର୍ଗ ଗଜ ମୂଲ୍ୟ ୯୦,୦୦୦ ଟଙ୍କା (ବା ପ୍ରତି ବର୍ଗ ମିଟର ପାଇଁ ୧.୦୭ ଲକ୍ଷ ଟଙ୍କା) ର୍ନିଦ୍ଧାରିତ ହୋଇଛି। ଏହା ପୂର୍ବ ହାର ୮୨,୦୦୦ ଟଙ୍କାଠାରୁ ବୃଦ୍ଧି ପାଇଛି। ଏହା ଗତ ଆଠ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସର୍କଲ ରେଟ ବୃଦ୍ଧି, ଯାହା ଗତ ଡିସେମ୍ବର ୧, ୨୦୨୪ରେ ୧୦% ରୁ ୩୦% ବୃଦ୍ଧି ହୋଇଥିଲା।
