ରାଜ୍ୟ

ଅଦିନିଆ ରଥଯାତ୍ରା ବନ୍ଦ ନ ହେଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

Spread the love

ଭୁବନେଶ୍ୱର,: ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ଆଇନ ମନ୍ତ୍ରୀ କଡ଼ା ଚେତାବନୀ ଜାରି କରିଛନ୍ତି। ଗଜପତି ମହାରାଜା ଇସ୍କନ୍‌କୁ ଚିଠି ଲେଖି ଏହା ଆୟୋଜନ ନ କରିବାକୁ ବାରଣ କରିସାରିଥିବା ସେ ସୂଚନା ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, “ନୂଆପଡ଼ାରେ ଏହିପରି ଆୟୋଜନ ହେଉଥିବା ଜଣାପଡ଼ିବା ପରେ ଆମେ ତାହାକୁ ବନ୍ଦ କରି ସାରିଛୁ। ଅନ୍ୟ କୌଣସି ସ୍ଥାନରେ ଏହା ବନ୍ଦ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”ଏହି ନିଷ୍ପତ୍ତି ପୁରୀର ପାରମ୍ପରିକ ରଥଯାତ୍ରାର ମର୍ଯ୍ୟାଦା ଓ ଧାର୍ମିକ ମହତ୍ତ୍ୱକୁ ସୁରକ୍ଷିତ ରଖିବା ପାଇଁ ନିଆଯାଇଥିବା ଜଣାପଡ଼ିଛି। ସରକାର ଏହାକୁ ଗୁରୁତ୍ୱର ସହ ନେଇ ସମସ୍ତ ସ୍ଥାନରେ କଡ଼ା ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!