ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ଏବଂ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ରାଜଗୋପାଳ ନଗରରେ ବୃକ୍ଷ ରୋପଣ
lଭବାନୀପାଟଣା, : ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ କଂଗ୍ରେସ ଦ୍ୱାରା ଭବାନୀପାଟଣା ସହର ନିକଟରେ ଥିବା ରାଜଗୋପାଳ ନଗର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ରାଜୀବଗାନ୍ଧୀ ପଞ୍ଚାୟତ୍ତିରାଜ ସଂଗଠନ ର ରାଜ୍ୟସଂଯୋଜକ ସରୋଜ ବାଗ ଙ୍କ ଅଧ୍ୟକ୍ଷତା ରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା llକଂଗ୍ରେସ ର ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ସୁରଥ ମହାକୁଡ଼, ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ସିଦ୍ଧାର୍ଥ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ବାବା ଅଲ୍ଲୀଖାନ, ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ମହିଳା କଂଗ୍ରେସ ସଭାନେତ୍ରୀ ମାର୍ଜିନା ପ୍ରଧାନ,ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ଟାଉନ ସହ ଆବାହକ କେଶବ ମାଝୀ, କଂଗ୍ରେସ ନେତା କାଁହୁ ପ୍ରଧାନ ଉପସ୍ଥିତ ପଡ଼lବାସୀଙ୍କୁ ସଚେତନ କରାଇଥିଲେ l ପରେ ସମସ୍ତେ ପଡ଼ାରେ ଖାଲି ପଡିଥିବା ଜମିରେ ମିଳିତ ଭାବରେ ଗଛ ଲଗାଇଥିଲେ l କାର୍ଯ୍ୟକ୍ରମ ରେ ରାଜଗୋପାଳ ନଗର ର ଅଞ୍ଜଳି ସିଂ, ଜୟନ୍ତୀ ନାଏକ, ସତ୍ୟଭାମା ସାଧକ, ସଂଗୀତା ବେହେରା, ରଶ୍ମି ରାଉତ, ଝିଲି ରାଉତ, ସଦାନନ୍ଦ ଗିରି, ଜୟସନ ବାଗଙ୍କ ସମେତ ସମସ୍ତ ପଡବାସୀ ସହଯୋଗ କରିଥିଲେ l
